ଭୁବନେଶ୍ୱର: ତ୍ରୟୋଦଶ ପାଓ୍ଵାର କପ୍ କ୍ରିକେଟ୍ ପ୍ରତିଯୋଗିତା ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ଓପିଟିସିଏଲ୍ ଆନୁକୂଲ୍ୟରେ ରେଳବାଇ କ୍ରିକେଟ୍ ପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତା ଗୁରୁବାର (ଆସନ୍ତାକାଲି) ଉଦ୍ଯାପିତ ହେବ। ବିଜେତା ପାଇଁ ଫାଇନାଲ୍ରେ ଆୟୋଜକ ଓପିଟିସିଏଲ୍ ଏବଂ ନାଲ୍କୋ ମୁହାଁମୁହିଁ ହେବେ। ବୁଧବାର ସେମିଫାଇନାଲ୍ରେ ନାଲ୍କୋ ୧୧ ରନ୍ରେ ଇଡ୍କୋକୁ ପରାସ୍ତ କରିଥିଲା। ନାଲ୍କୋ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୮ ରନ୍ କରିବା ପରେ ଇଡ୍କୋ ୮ ଓ୍ଵିକେଟ୍ ବିନିମୟରେ ୧୩୭ ରନ୍ରେ ଅଟକି ଯାଇଥିଲା। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ବିଜୟୀ ଦଳର ମନୋଜ ସାହୁ (୫୦ ବଲ୍ରୁ ୭୪ ରନ୍ ଓ ୨ ଓ୍ଵିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟ ସେମିଫାଇନାଲ୍ରେ ଓପିଟିସିଏଲ୍ ୭୭ ରନ୍ରେ ସେସୁକୁ ମାତ୍ ଦେଇଥିଲା। ଓପିଟିସିଏଲ୍ ୭ ଓ୍ଵିକେଟ୍ ବିନିମୟରେ ୧୫୪ ରନ୍ କରିଥିଲା ବେଳେ ସେସୁ ୮ ଓ୍ଵିକେଟ୍ ହରାଇ ୭୭ ରନ୍ରେ ସୀମିତ ରହିଯାଇଥିଲା। ବିଜୟୀ ଦଳର ଅଲ୍ରାଉଣ୍ଡର ଲଲାଟେନ୍ଦୁ ବୈରୀଗଞ୍ଜନ (୨୪ ରନ୍ ଓ ୨ ଓ୍ଵିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ପାଓ୍ଵାର କପ୍ କ୍ରିକେଟ୍ ଫାଇନାଲ୍ରେ ଓପିଟିସିଏଲ୍-ନାଲ୍କୋ ମୁହାଁମୁହିଁ
/sambad/media/post_attachments/wp-content/uploads/2018/01/6-Power-Cup-Result.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)