ପାୱାର କପ୍‌: ୱେସ୍କୋ ୧୦ ୱିକେଟ୍‌ରେ ବିଜୟୀ

ଭୁବନେଶ୍ବର: ଓପିଟିସିଏଲ୍‌ ଆନୁକୂଲ୍ୟରେ ସ୍ଥାନୀୟ ଇଡ୍‌କୋ ଷ୍ଟାଡିୟମରେ ଚାଲିଥିବା ୧୪ତମ ପାୱାର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ରବିବାର ମ୍ୟାଚ୍‌ରେ ୱେସ୍କୋ ୧୦ ୱିକେଟ୍‌ରେ ଏନ୍‌ଟିପିସିକୁ ପରାସ୍ତ କରିଦେଇଛି। ଏନ୍‌ଟିପିସି ୮୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇବା ପରେ ୱେସ୍କୋ ୮ ଓଭରରେ କୌଣସି ୱିକେଟ୍‌ ନହରାଇ ୮୫ ରନ୍‌ କରିନେଇଥିଲା। ୧୩ ରନ୍‌ ବିନିମୟରେ ୪ ୱିକେଟ୍‌ ଦଖଲ କରିଥିବା ବିଜୟୀ ଦଳର ରୂପକ ଦଳାଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟପକ୍ଷରେ ସେସୁ ବିପକ୍ଷରେ ୱାକ୍‌ ଓଭର ପାଇ ସାଉଥ୍‌କୋ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛି। ସୋମବାର ଓପିଟିସିଏଲ୍‌-ଓପିଜିସି ଏବଂ ନେସ୍କୋ-ଗ୍ରିଡ୍‌କୋ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର