ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଫ୍ସ୍ପିନର୍ ରମେଶ ପାଓ୍ଵାରଙ୍କୁ ସୋମବାର ବିସିସିଆଇ ଭାରତୀୟ ମହିଳା କ୍ରିକେଟ୍ ଦଳର ମଧ୍ୟବର୍ତିକାଳୀନ ପ୍ରଶିକ୍ଷକ ନିଯୁକ୍ତ କରିଛି। ଗତ ବୁଧବାର ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ତୁଷାର ଆରୋଠେ ପଦରୁ ଅଚାନକ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦ ଖାଲି ରହିଛି। ନିମୟିତ ପ୍ରଶିକ୍ଷକ ନିଯୁକ୍ତ ନହେବା ଯାଏ ପାଓ୍ଵାର କାମଚଳା ପ୍ରଶିକ୍ଷକର ଦାୟିତ୍ୱ ନିର୍ବାହ କରିବେ। ସେପଟେ ବିସିସିଆଇ ସ୍ଥାୟୀ ପ୍ରଶିକ୍ଷକ ନିଯୁକ୍ତ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ଦେଇଛି। ଏଥିଲାଗି ସମାନ୍ତରାଳ ଭାବେ ସୋମବାର ବିସିସିଆଇ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିଛି। ନୂଆ ପ୍ରଶିକ୍ଷକଙ୍କ ବୟସ ସୀମା ୫୫ ରହିଥିଲା ବେଳେ ଜୁଲାଇ ୨୦ ଆବେଦନର ଶେଷ ତାରିଖ ଅଛି। ଜୁଲାଇ ୨୫ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୋରରେ ମହିଳା ଦଳର ଶିବିର ଆୟୋଜନ ହେବାକୁ ରହିଛି। ତା’ ପୂର୍ବରୁ ନିୟମିତ ପ୍ରଶିକ୍ଷକ ନିଯୁକ୍ତିି କରିବା ଲକ୍ଷ୍ୟରେ ବିସିସିଆଇ ରହିଛି।
ପାଓ୍ଵାର ମହିଳା ଦଳର ମଧ୍ୟବର୍ତିକାଳୀନ ପ୍ରଶିକ୍ଷକ
/sambad/media/post_attachments/wp-content/uploads/2018/07/2-Ramesh-Powar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)