ଶକ୍ତିଶାଳୀ ସଚିନଙ୍କୁ କାଂସ୍ୟ

ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦିବ୍ୟାଙ୍ଗ ବର୍ଗରେ ସଚିନ ଚୌଧୁରୀ ମଙ୍ଗଳବାର ଭାରତକୁ ପ୍ରଥମ ଏବଂ ମୋଟ ଉପରେ ୨୧ତମ ପଦକ ଉପହାର ଦେଇଥିଲେ। ହେଭିେଓ୍ଵଟ୍‌ ଇଭେଣ୍ଟରେ ସଚିନ ନିଜ ପ୍ରଥମ ଦୁଇ ପ୍ରୟାସରେ ବିଫଳ ହୋଇଥିଲେ। ତେବେ ତୃତୀୟ ପ୍ରୟାସରେ ୨୦୧ କିଲୋଗ୍ରାମ ଭାର ଉଠାଇ ୧୮୧ ପଏଣ୍ଟ ଅର୍ଜନ କରିଥିଲେ। ଯାହା ତାଙ୍କୁ କାଂସ୍ୟ ପଦକ ଦେବାକୁ ଯଥେଷ୍ଟ ହୋଇଥିଲା। ୩୫ ବର୍ଷୀୟ ସଚିନ ଦୁବାଇରେ ଅନୁଷ୍ଠିତ ଶକ୍ତି ଉତ୍ତୋଳନ ବିଶ୍ୱକପ୍‌ରେ ରୌପ୍ୟ ପଦକ ଜିତିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ୮୨.୫ କିଲୋଗ୍ରାମ ବର୍ଗରେ ସେ ନବମ ସ୍ଥାନରେ ରହିଥିଲେ। ନାଇଜେରିଆର ଅବଦୁଲାଜିଜ ଇବ୍ରାହିମ ସ୍ୱର୍ଣ୍ଣ ଏବଂ ମାଲେସିଆର ଇ ଖି ଜଙ୍ଗ ରୌପ୍ୟ ପଦକ ପାଇଥିଲେ। ଇବ୍ରାହିମ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର