ପ୍ରଭଞ୍ଜନ ଓସିଏ ଚୟନ ସମିତି ଅଧ୍ୟକ୍ଷ

କଟକ: ପୂର୍ବତନ କ୍ରିକେଟର ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ପ୍ରଭଞ୍ଜନ ମଲ୍ଲିକ ଓସିଏ ବରିଷ୍ଠ ଚୟନ ସମିତି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ଅଧୀନରେ ସୋମନାଥ ସାହୁ, ରବିନାରାୟଣ ପଣ୍ତା, ବିଷ୍ଣୁଦେବ ମହାନ୍ତି, ସୌରଜିତ ମହାପାତ୍ର ସଦସ୍ୟ ରହିଛନ୍ତି। ପ୍ରଭଞ୍ଜନ ଓଡ଼ିଶା ପାଇଁ ୮୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୪୭.୩୦ ହାରରେ ୫୮୧୮ ରନ୍‌ ସ˚ଗ୍ରହ କରିଛନ୍ତି। ପ୍ରଥମ ଖେଳାଳି ଭାବେ ଗୋଟିଏ ମ୍ୟାଚ୍‌ର ଉଭୟ ପାଳିରେ ଶତକ ଅର୍ଜନ କରିଥିଲେ। ସେ ତାଙ୍କ ରଣଜୀ ଜୀବନ ମଧ୍ୟରେ ୧୮ ଶତକ ଓ ୨୭ ଅର୍ଧଶତକ ଅର୍ଜନ କରିଛନ୍ତି। ୨୦୦୧-୦୨ ଋତୁରେ ଝାଡ଼ଖଣ୍ତ ବିପକ୍ଷରେ ସ˚ଗ୍ରହ କରିଥିବା ୨୦୭* ରନ୍‌ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌। ଏହାବ୍ୟତୀତ ୫୬ ଲିଷ୍ଟ ଏ’ରୁ ୧୧୫୬ ରନ୍‌ ଓ ୧୧ ଟ୍ବେଣ୍ଟି-୨୦ରୁ ୧୭୦ ରନ୍‌ କରିଥିଲେ। ଖେଳ ଜୀବନର ଶେଷ ଆଡ଼କୁ ତାଙ୍କର ପ୍ରଦର୍ଶନରେ ସ୍ଥିରତା ନରହିବାରୁ ୨୦୧୦ ଅକ୍ଟୋବର ୪ ତାରିଖରେ ସେ କ୍ରିକେଟରୁ ସନ୍ୟାସ ନେଇଥିଲେ। ତଥାପି ତାଙ୍କର କ୍ରିକେଟ ସମୟ ଭିତରେ ଜଣେ ଶ୍ରେଷ୍ଠ ଅଲରାଉଣ୍ତର ଭାବେ ପରିଚୟ ସୃଷ୍ଟି କରିପାରିଥିଲା ବେଳେ ବୋର୍ଡ ଏକାଦଶ (ବନାମ ନ୍ୟୁଜିଲାଣ୍ତ ଓ ଜିମ୍ବାେଵ) ଓ ଭାରତ ଏ’ (ବନାମ େଵଷ୍ଟଇଣ୍ତିଜ ଓ ଶ୍ରୀଲଙ୍କା) ଦଳରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ।

ସମ୍ବନ୍ଧିତ ଖବର