ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡ଼ିଶା ଦଳ : ଗୋବିନ୍ଦଙ୍କୁ ନେତୃତ୍ବ, ପ୍ରବୀଣ ନୂଆ ମୁହଁ

କଟକ : ଆସନ୍ତା ୮ ତାରିଖରୁ ସୁରଟ ଠାରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଗ୍ରୁପ୍‌-ଇ’ର ସମସ୍ତ ମ୍ୟାଚ୍‌ ଏଠାରେ ହେବାକୁଥିବା ବେଳେ ବୁଧବାର ପ୍ରଥମ ୪ ମ୍ୟାଚ୍‌ ପାଇଁ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଏଥର ଶୁଭ୍ରା˚ଶୁଙ୍କ ବଦଳରେ ଗୋବିନ୍ଦଙ୍କୁ ନେତୃତ୍ବ ଦିଆଯାଇଛି। ନୂଆ ମୁହଁ ଭାବେ ବରଗଡ଼ର ଵିକେଟ୍‌ ରକ୍ଷକ ପ୍ରବୀଣ ଲୋହା ସ୍ଥାନ ପାଇଛନ୍ତି। ସେହିପରି ଆହତ ଯୋଗୁଁ ବିଜୟ ହଜାରେ ଟ୍ରଫିରୁ ବାଦ୍‌ ପଡ଼ିଥିବା ବିପ୍ଲବ ସାମନ୍ତରାୟ ଓ ସ୍ପିନର ଶୁଭମ୍‌ ନାୟକ ଟ୍ବେଣ୍ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଜୟ ହଜାରେ ଟ୍ରଫିରେ ଶୁଭ୍ରା˚ଶୁ ଅଧିନାୟକ ଥିଲେ ବି ଏଥର ପ୍ରଶିକ୍ଷକ ଓ ଚୟନ ସମିତି ସଦସ୍ୟଙ୍କ ମତାମତ କ୍ରମେ ଜଣେ ଅଭିଜ୍ଞ ଖେଳାଳିଙ୍କୁ ଦଳର ନେତୃତ୍ବ ଦିଆଯିବାକୁ ସ୍ଥିର ହୋଇଥିଲା। ଗୋବିନ୍ଦ ପୋଦ୍ଦାର ପୂର୍ବରୁ ଦଳର ସଫଳ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିଥିଲେ। ତେଣୁ ତାଙ୍କ ଉପରେ ଏଥର ଦଳର ଭାର ଅର୍ପଣ କରାଯାଇଥିବା ଚୟନ ସମିତି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତି ସୂଚନା ଦେଇଛନ୍ତି। ପ୍ରତିଯୋଗିତାରେ ଓଡ଼ିଶା ୮ ତାରିଖରେ ପ୍ରଥମ ମ୍ୟାଚ୍‌ ଝାଡ଼ଖଣ୍ଡ, ୯ ତାରିଖରେ ଦିଲ୍ଲୀ, ୧୧ ତାରିଖରେ ସିକିମ, ୧୨ରେ ଜମ୍ମୁକଶ୍ମୀର, ୧୪ରେ ସୌରାଷ୍ଟ୍ର, ୧୫ରେ ଗୁଜୁରାଟ ଓ ୧୭ରେ ନାଗାଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବ।

ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ଶୁଭ୍ରା˚ଶୁ ଶେଖର ସେନାପତି, ବିପ୍ଲବ ସାମନ୍ତରାୟ, ଅରବିନ୍ଦ ସି˚ହ, ଅଭିଷେକ ରାଉତ, ସନ୍ଦୀପ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ଅଙ୍କିତ ଯାଦବ, ପପୁ ରଏ, ପ୍ରବୀଣ ଲୋହା, ରାଜେଶ ଧୂପର, ଶୁଭମ ନାୟକ, ଆଶୁତୋଷ ଦାସ।

ସମ୍ବନ୍ଧିତ ଖବର