ପ୍ରାଚୀ ଭୂଷଣ କ୍ରିକେଟ୍ ସେମିରେ ଗ୍ରିନ୍‌ସ

ଭୁବନେଶ୍ବର: ନହରକଣ୍ଟାସ୍ଥିତ ଜୟଦେବ କଲେଜ ପଡ଼ିଆରେ ଚାଲିଥିବା ଡକ୍ଟର ପ୍ରାଚୀ ଭୂଷଣ ତ୍ରିପାଠୀ ସ୍ମାରକୀ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ପ୍ରଥମ ଦଳ ଭାବେ ଗ୍ରିନ୍‌ସ କ୍ରିକେଟ୍‌ ଏକାଡେମି ସେମିଫ‌ାଇନାଲ୍‌ରେ ପ୍ରବେଶ କରିଛି। ଶନିବାର ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ୯୬ ରନ୍‌ରେ ବିବିସିସି ଦଳକୁ ପରାସ୍ତ କରିଦେଇଛି। ୩ ଓଭରରେ ମାତ୍ର ୪ ରନ୍‌ ଦେଇ ୫ ୱିକେଟ୍‌ ସଫଳତା ହାତେଇଥିବା ବିଜୟୀ ଦଳର ସୁମିତ ମିଶ୍ର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ। ଭାରତୀୟ ଟେନିସ୍‌ କ୍ରିକେଟ୍‌ ସଂଘର ସାଧାରଣ ସଂପାଦକ ଶୈବାଳ କୁମାର ମିତ୍ର ଓ ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ମ୍ୟାଚ୍‌ ରେଫରି ପିନାଟି ଜୟଚନ୍ଦ୍ର ଅତିଥି ଭାବେ ଯୋଗଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ଗ୍ରିନ୍‌ସ କ୍ରିକେଟ୍‌ ଏକାଡେମି ୩୦ ଓଭରରେ ୧୭୫/୯ (ମୃତ୍ୟୁଞ୍ଜୟ ମହାପାତ୍ର-୪୧, ଦେବବ୍ରତ ପ୍ରଧାନ-୩୧, ଭବ୍ୟଜ୍ୟୋତି ବିଷୋଇ-୨୫, ସାର୍ଥକ ପଣ୍ଡା-୪/୨୪, ମହମ୍ମଦ ଜୀସାନ-୩/୪୩)। ବିବିସିସି ୨୩.୪ ଓଭରରେ ୭୯ (ସମ୍ବିତ ସାହୁ-୨୮, ସୁମିତ ମିଶ୍ର-୫/୪, ସୁର୍ଯ୍ୟକାନ୍ତ ଭୂତିଆ ୨/୧୭)।

ସମ୍ବନ୍ଧିତ ଖବର