ପ୍ରାଚୀଙ୍କ ପ୍ରୀତିରେ ବିପ୍ଳବ ବୋଲ୍‌ଡ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍‌ର ସବୁଠୁ ବାଡ଼ୁଅ ବ୍ୟକ୍ତିତ୍ୱ ବିପ୍ଳବ ସାମନ୍ତରାୟ ଶୁକ୍ରବାର ତାଙ୍କ ଜୀବନର ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି। ୨୯ ବର୍ଷୀୟ ଏହି ଅଲ୍‌ରାଉଣ୍ଡ୍‌ରଙ୍କୁ ବୋଲ୍‌ଡ କରିଛନ୍ତି ଆଇଟି ପ୍ରଫେସନାଲ୍‌ ପ୍ରାଚୀ ସାହୁ। ଭୁବନେଶ୍ୱରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଗତବର୍ଷ ମାର୍ଚରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ପ୍ରାୟ ବର୍ଷକ ପରେ ବିବାହ ରୀତି ଶେଷ ହୋଇଛି। କଟକର ବିଜୟଲକ୍ଷ୍ମୀ-ବିପିନ ବିହାରୀ ସାମନ୍ତରାୟଙ୍କ ପୁଅ ବିପ୍ଳବ ଏବେ ସଂଜୁକ୍ତା ଓ ଗୋବିନ୍ଦ ପ୍ରସାଦ ସାହୁଙ୍କ ଜ୍ୱାଇଁ ପାଲଟିଛନ୍ତି। ଆଇପିଏଲ୍‌ ତାରକା ବିପ୍ଳବ ଓଡ଼ିଶା ଏଜିରେ କାର୍ଯ୍ୟରତ ଥିବାବେଳେ ୨୭ ବର୍ଷୀୟା ପ୍ରାଚୀ ମାଇଣ୍ଡ୍‌ଟ୍ରୀ ସଲ୍ୟୁସନ୍‌ସରେ କାମ କରୁଛନ୍ତି। ଉଭୟଙ୍କ ମଧ୍ୟରେ ୭ ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ଏହା ଆୟୋଜିତ ବିବାହର ରୂପ ନେଇଥିଲା। ରବିବାର ବାରବାଟୀ ପାଲାସ୍‌ରେ ଅଭ୍ୟର୍ଥନା ଭୋଜି ଆୟୋଜିତ ହୋଇଥିବାରୁ ଓଡ଼ିଶା କ୍ରୀଡ଼ା ଦୁନିଆର ବହୁ ଜଣାଶୁଣା ବ୍ୟକ୍ତିତ୍ୱ ସାମିଲ ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର