ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ୍‌

ବୋର୍ଡ ଏକାଦଶ ଦଳରେ ମାଧୁରୀ, ସୁଶ୍ରୀ

କଟକ: ଆସନ୍ତା ସେପ୍ଟେମ୍ବର ୨୪ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଓ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି। ଏଥିପୂର୍ବରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସେପ୍ଟେମ୍ବର ୨୦ ଓ ୨୨ ତାରିଖରେ ଭାରତୀୟ ବୋର୍ଡ ଏକାଦଶ ସହିତ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ପାଇଁ ସୁଷମା ବର୍ମାଙ୍କ ନେତୃତ୍ବରେ ଶୁକ୍ରବାର ବୋର୍ଡ ଏକାଦଶ ଦଳ ଘୋଷଣା ହୋଇଛି। ଦଳରେ ଓଡ଼ିଶାରୁ ମାଧୁରୀ ମେହେଟ୍ଟା ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଖେଳିବାକୁ ମନୋନୀତ ହୋଇଛନ୍ତି। ଉଭୟ ମ୍ୟାଚ୍‌ ସୁରଟରେ ଖେଳାଯିବ। ଅଭ୍ୟାସ ମ୍ୟାଚ୍‌ ପରେ ସୁରଟରେ ଟ୍ବେଣ୍ଟି-୨୦ ଓ ବରୋଦାରେ ଦିନିକିଆ ମ୍ୟାଚ୍‌ଗୁଡିକ ଅନୁଷ୍ଠିତ ହେବ।

ବୋର୍ଡ ଏକାଦଶ ଦଳ: ସୁଷମା ବର୍ମା (ଅଧିନାୟିକା), ଦେବିକା ବିଦ୍ୟା, ବାଣିଥା ଭିଆର‌୍‌, ସେଫାଳି ବର୍ମା, ପ୍ରିୟା ପୁନିଆ, ଜାସିଆ ଅଖତର, ମହମ୍ମଦ ଥିରୁସ୍‌କାମିନୀ, ମାଧୁରୀ ମେହେଟ୍ଟା, ତାରାନମ୍‌ ପଠାନ୍‌, ସୁଶ୍ରୀ ଦିବ୍ୟଦର୍ଶିନୀ, ତନୁଜା କନ୍‌ଵର, ଭାରତୀ ଫୁଲମଣି, ମାନସୀ ଜୋଷୀ, ରେଣୁକା ସି˚ହ, ପୂଜା ଭସ୍ତ୍ରକର।

ସମ୍ବନ୍ଧିତ ଖବର