ଗୁଣ୍ଟୁର ଓ ପୂର୍ବତଟ ରେଳବାଇ ବିଜୟୀ

ଆନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ୍‌

ବନ୍ତ: ଭଦ୍ରକ ଜିଲ୍ଲା ବନ୍ତସ୍ଥିତ ଟିଲୋ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଟିଲୋ ହନୁମାନଜୀଉ ମିନି ଷ୍ଟାଡିୟମ୍‌ରେ ଚାଲିଥିବା ଆନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ରବିବାର ଦୁଇଟି ଲିଗ୍‌ ମ୍ୟାଚ୍‌ରେ ଆନ୍ଧ୍ର ପ୍ରଦେଶର ଗୁଣ୍ଠୁର ଓ ପୂର୍ବତନ ରେଳବାଇ ବିଜୟୀ ହୋଇଛନ୍ତି। ଗୁଣ୍ଟୁର ୧୧୯ ରନ୍‌ରେ ଜାମ୍‌ସେଦ୍‌ପୁର ଟାଟାକୁ ଏବଂ ରେଳବାଇ ଦଳ ୭୦ ରନ୍‌ରେ ଡିଆରକେ ବାରିପଦାକୁ ପରାସ୍ତ କରିଥିଲା। ଗୁଣ୍ଟୁର ଦଳ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୨୦୧ ରନ କରିଥିଲା। ଏମ ଡ଼ୋଭା ୬ ଚୌକା ଓ ୨ ଛକା ସହାୟତାରେ ୫୧, ସାଇ ଅଭିନୟ ୫ ଚୌକା ଓ ୨ ଛକା ସହାୟତାରେ ୪୨ ଓ ଏସ୍‌ ତେଜା ୨୯ ରନ କରିଥିଲେ। ଟାଟା ଦଳର ସୋନୁ ଟି. ଓ କୁଶ ଝା ୩ ଲେଖାଏଁ ଓ୍ଵିକେଟ ନେଇଥିଲେ। ଜବାବରେ ଟାଟା ଦଳ ୧୩.୪ ଓଭରରେ ୮୨ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ସୌରଭ ୫ ଚୌକା ଓ ୧ ଛକା ସହାୟତାରେ ୩୧ ରନ୍‌ କରିଥିଲା ବେଳେ ଗୁଣ୍ଠୁର ଦଳର କେପି ସାଇ ରାହୁଲ ୫ ଓ କେ କ୍ରାନ୍ତି ୩ ଓ୍ଵିକେଟ ନେଇଥିଲେ। ଖେଳକୁ ସଂଜୀବ ବେହେରା ଓ ଶାନ୍ତନୁ ରାଉତ ପରିଚାଳନା କରିଥିଲେ।

ଗତବର୍ଷର ବିଜେତା ରେଳବାଇ ଦଳ ୨୦ ଓଭରରେ ୨ ଓ୍ଵିକେଟ ହରାଇ ୧୮୯ ରନ୍‌ କରିଥିଲା। ପ୍ରଶାନ୍ତ ସାହୁ ୯ ଚୌକା ଓ ୬ ଛକା ସହାୟତାରେ ୯୪ ଏବଂ ସୁଜିତ ବିଶ୍ୱାଳ ୨୧ ବଲରୁ ୨୪ ରନ୍‌ କରିଥିଲେ। ବାରିପଦା ଦଳର ସତ୍ୟନାରାୟଣ ଦତ୍ତ ୨ ଓ୍ଵିକେଟ ନେଇଥିଲେ। ଜବାବରେ ବାରିପଦା ଦଳ ୮ ଓ୍ଵିକେଟ ବିନିମୟରେ ୨୦ ଓଭରରେ ୧୧୯ ରନ କରିପାରିଥିଲା। ଅଭିଷେକ ଖଣ୍ଡେଲଓ୍ଵାଲ ୫ ଚୌକା ସହାୟତାରେ ୩୪ ଓ ଦେବାଶିଷ ମହାନ୍ତ ୩୦ ରନ କରିଥିଲେ। ରେଳବାଇ ଦଳର ଧୀରଜ ସିଂ ଓ ଆଲୋକ ମଙ୍ଗରାଜ ୨ ଲେଖାଏଁ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର