ରାମେଶ୍ବର କପ୍‌ କ୍ବାର୍ଟର୍‌ରେ ପ୍ରଗତି

ଭୁବନେଶ୍ବର: ପ୍ରଗତି ସ୍ପୋର୍ଟିଂ ରାମେଶ୍ବର କପ୍‌ କନିଷ୍ଠ କ୍ରିକେଟ୍‌ ପ୍ରତିଯୋଗିତାର କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରଗତି ଦଳ ୬ ୱିକେଟ୍‌ରେ ଜାଗୃତି ସ୍ପୋର୍ଟିଂକୁ ପରାସ୍ତ କରିଛି। ଜଗୃତି ଦଳ ୩୯.୫ ଓଭରରେ ସମସ୍ତ ୱି‌କେଟ୍‌ ହରାଇ ୧୭୪ ରନ୍‌ କରିଥିଲା। ଶୁଭ୍ରାଂଶୁ ହରିଚନ୍ଦନ (୫୭, ୬୦ ବଲ୍‌) ଏବଂ ଆଶିଷ ଜେନା (୫୦, ୬୪ ବଲ୍‌) ଅର୍ଧଶତକ ହାସଲ କରିଥିଲେ। ପ୍ରଗତି ପକ୍ଷରୁ ଲିପୁ ନାୟକ ୪ ଏବଂ ବିକାଶ ନାୟକ ୨ ୱିକେଟ୍‌ ‌ନେଇଥ‌ିଲେ। ଜବାବରେ ପ୍ରଗତି ସ୍ପୋର୍ଟିଂ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ସୌଭାଗ୍ୟ ଶଙ୍କର ବେହେରା (୫୦, ୫୫ ବଲ୍‌) ଓ ଶୁଭମ ନାୟକ (୫୦, ୮୪ ବଲ୍‌) ଅର୍ଧଶତକୀୟ ପାଳି ଖେଳିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଲାଗି ବିକାଶ ନାୟକ (୩୭* ରନ୍‌, ୨ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅତିଥି ଭାବେ ସାଇ ପ୍ରଶିକ୍ଷକ ଅଜିତ କୁମାର ମିଶ୍ର ଓ ରାମେଶ୍ବର ସ୍ପୋର୍ଟିଂ କ୍ଲବ୍‌ର ପରାମର୍ଶଦାତା ରାଧାନାଥ ମହାପାତ୍ର ଯୋଗ ଦେଇଥିଲେ। ପୂର୍ଣ୍ଣ ମହାରଣା ଓ ନିହାର ପଟ୍ଟନାୟକ ଅମ୍ପାୟର ଥି‌ଲେ। ସୋମବାର ତୃତୀୟ ପ୍ରିକ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ପାରାମାଉଣ୍ଟ୍‌ ଓ ଜୁଭେନାଇଲ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର