ଏଲ୍‌ଏଲ୍‌ସିସି ୧୪ ବର୍ଷରୁ କମ୍‌ ଡ୍ୟୁଜ୍ ବଲ୍ କ୍ରିକେଟ୍, ଗ୍ରିନ୍‌କୁ ହରାଇଲା ପ୍ରଗତି

ଭୁବନେଶ୍ୱର: ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (ଏଲ୍‌ଏଲ୍‌ସିସି) ଆନୁକୂଲ୍ୟରେ ଚାଲିଥିବା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାର ବୁଧବାର ମ୍ୟାଚ୍‌ରେ ପ୍ରଗତି ସ୍ପୋର୍ଟିଂ ବିଜୟୀ ହୋଇଛି। ଏହି ଦଳ ୮ ୱିକେଟ୍‌ରେ ଗ୍ରିନ୍‌ କ୍ରିକେଟ୍‌ ଏକାଡେମିକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଗ୍ରିନ୍‌ ନିର୍ଦ୍ଧାରିତ ୩୦ ଓଭରରେ ୫ ୱିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା। ମୃତ୍ୟୁଞ୍ଜୟ ମହାପାତ୍ର (୮୭*) ଓ ଜନ୍ମଜେୟ ସାମଲ (୬୨) ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଅନୁରାଗ ସାମନ୍ତରାୟ ୨୧ ରନ୍‌ କରିଥିଲେ। ପ୍ରଗତି ପକ୍ଷରୁ ସଫଳ ବୋଲର ଭାବେ ଅସୀମ ବରାଡ଼ ୩ ୱିକେଟ୍‌ ନେଇଥିଲେ। ଜବାବରେ ପ୍ରଗତି ୨୬.୫ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅସୀମ ବରାଡ଼ ୬୫, ଯଶବନ୍ତ ପ୍ରଧାନ ୫୭ ଓ ଦୀପ୍ତାଂଶୁ ପ୍ରିୟଦର୍ଶୀ ୨୯* ରନ୍‌ କରିଥିଲା ବେଳେ ସୌମ୍ୟରଞ୍ଜନ ପାଣ୍ଡେ ଓ ନିହାର ମିଶ୍ର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇ ଅସୀମଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପୂର୍ବତନ କର୍ପୋରେଟର ମାନସୀ ରାଣୀ ସୁନ୍ଦରାୟ ଓ ସତୀଶ ପଟେଲ ପ୍ରଦାନ କରିଥିଲେ। ଚନ୍ଦ୍ର ମୋହନ ବରାଳ ଓ ସୁଶାନ୍ତ ଦାଶ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର