ଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ:ଭୁବନେଶ୍ବର କନିଷ୍ଠ କ୍ରିକେଟ୍‌ ଲିଗ୍‌

ଭୁବନେଶ୍ବର: ପ୍ରଗତି ‌ସ୍ପୋଟିଂ ଆୟୋଜିତ ଭୁବନେଶ୍ବର କନିଷ୍ଠ (୧୬ ବର୍ଷରୁ କମ୍‌) କ୍ରିକେଟ୍‌ ଲିଗ୍‌ର ଫାଇନାଲ୍‌ ମ୍ୟାଚ୍‌ ବୁଧବାର ଖେଳାଯିବ। ଏଥିରେ ରାମେଶ୍ବର ସ୍ପୋର୍ଟିଂ ଏବଂ ସହିଦ ସ୍ପୋର୍ଟିଂ ମୁହାଁମୁହିଁ ହେବେ‌। ମଙ୍ଗଳବାର ସେମିଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ୬୯ ରନ୍‌ରେ ଟାଉନ୍‌ କ୍ଲବ୍‌କୁ ହରାଇ ଦ୍ବିତୀୟ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି। ସହିଦ ସ୍ପୋର୍ଟିଂ ଟସ୍‌ ଜିତି ନିର୍ଧାରିତ ୪୦ ଓଭରରେ ୭ ୱିକେଟ୍‌ ହରାଇ ୨୧୧ ରନ୍‌ କରିଥିଲା। ପ୍ରିୟବ୍ରତ ଦାସ (୭୭) ଅର୍ଧଶତକ ଏବଂ ସୌମିତ୍ର ବିଶ୍ବାଳ ୪୦ ରନ୍‌ କରିଥିଲେ। ନିହାଲ ସିଂହ ୨ ୱିକେଟ୍‌ ନେଇଥିଲେ। ଜବାବରେ ଟାଉନ୍‌ କ୍ଲବ୍‌ ୩୬.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୨ ରନ୍‌ କରିପାରିଥିଲା। ସାଗର ମଲ୍ଲିକ ୩୪ ଓ ଆୟନ ମାଣ୍ଡିଆ ୨୮ ରନ୍‌ କରିଥିଲେ। ଅଲ୍‌ରାଉଣ୍ଡ୍‌ ପଦର୍ଶନ ପାଇଁ ସୌମିତ୍ର ବିଶ୍ବାଳଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର