ମନୋଜ ସ୍ମାରକୀ କ୍ରିକେଟ୍‌: ପ୍ରଗତି ସ୍ପୋର୍ଟିଂ ବିଜେତା

ବାସୁଦେବପୁର (ଭଦ୍ରକ): ମହିଁଷାପଦା ଖେଳ ପଡିଆରେ ଲର୍ଡ ପ୍ରସନ୍ନଦେବ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ମନୋଜ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ରବିବାର ଫାଇନାଲରେ କଟକର ନିମ୍‌ପୁର ଏକାଦଶକୁ ୧୦ ରନ୍‌ରେ ହରାଇ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ ବିଜେତା ହୋଇଛି। ପ୍ରଗତି ସ୍ପୋର୍ଟିଂ ୨୫.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ କରିଥିଲା। ରଜତ ଦାସ ୪୨ ରନ୍‌ କରିଥିଲେ। ନିମପୁରର ବଳରାମ ବେହେରା ୪ ଓ୍ଵିକେଟ ନେଇଥିଲେ। ଜବାବରେ ନିମପୁର ଦଳ ୨୯.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୫୮ ରନ୍‌ କରିପାରିଥିଲା। ବଳରାମ ବେହେରା ୩୭ ରନ କରିଥିଲେ। ପ୍ରଗତି ସ୍ପୋର୍ଟିଂର ରଘୁନାଥ ମଲ୍ଲ ୩ ଓ୍ଵିକେଟ ନେଇଥିଲେ। ପ୍ରଗତି ସ୍ପୋର୍ଟିଂର ରଘୁନାଥ ମଲ୍ଲଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଏବଂ ନିମ୍‌ପୁର ଦଳର ବଳରାମ ବେହେରାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର