ନୂଆଦିଲ୍ଲୀ,: ଭାରତୀୟ ଟେନିସ୍ ତାରକା ପ୍ରଜ୍ଞେଶ ଗୁଣେଶ୍ବରନ୍ ସୋମବାର ଘୋଷିତ ଏଟିପି ମାନ୍ୟତାର ୧୪୬ତମ ସ୍ଥାନରେ ରହିଛନ୍ତି। ଯାହାକି ତାଙ୍କ ଜୀବନର ଶ୍ରେଷ୍ଠ ମାନ୍ୟତା। ତେେବ ଭାରତର ଅାଗଧାଡ଼ିର ଖେଳାଳି ୟୁକି ଭାମ୍ବ୍ରି ଶ୍ରେଷ୍ଠ ୧୦୦ରୁ ବାଦ୍ ପଡ଼ିଛନ୍ତି। ସେ ୭ଟି ସ୍ଥାନ ତଳକୁ ଖସି ୧୦୭ରେ ରହିଛନ୍ତି। ନିଙ୍ଗବୋ ଚ୍ୟାଲେଞ୍ଜର ଟ୍ରଫି ଜିତିବା ପରେ ପ୍ରଜ୍ଞେଶ ୨୪ ସ୍ଥାନ ଲମ୍ଫ େଦଇଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ରାମକୁମାର ରାମନାଥନ ୧୨୪, ସୁମିତ ନାଗଲ ୩୧୨, ସକେତ ମିନେନି ୩୧୬ ଓ ଅଜୁର୍ନ ଖାଡ଼େ ୩୫୬ରେ ରହିଛନ୍ତି। ଯୁଗଳରେ ରୋହନ ବୋପାନ୍ନା ପୂର୍ବପରି ୩୦ତମ ସ୍ଥାନରେ ସ୍ଥିର ରହିଥିଲା ବେଳେ ଦିଭିଜ ସରନ ୩୯, ଲିଆଣ୍ଡର ପେସ୍ ୬୨, ଜୀବନ ନେଦୁଞ୍ଚେଝିଆନ୍ ୭୫ ଓ ପୂରବ ରାଜା ୮୮ତମ ସ୍ଥାନରେ ରହିଛନ୍ତି। ମହିଳା ଏକକରେ ଅଙ୍କିତା ରାଇନା (୧୯୫) ଶ୍ରେଷ୍ଠ ୨୦୦ରେ ରହିଥିଲା ବେଳେ କର୍ମାନ କୌର ଥାଣ୍ଡି ୨୧୫, ପ୍ରଞ୍ଜଳା ୟାଦ୍ଲାପାଲ୍ଲୀ ୨୮୦ତମ ସ୍ଥାନ ପାଇଛନ୍ତି।
ପ୍ରଜ୍ଞେଶଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା
/sambad/media/post_attachments/wp-content/uploads/2018/10/pragnesh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)