ପ୍ରଜ୍ଞେଶ, ଅଙ୍କିତାଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା

ନୂଆଦିଲ୍ଲୀ: ଭାରତୀୟ ତାରକା ପ୍ରଜ୍ଞେଶ ଗୁଣେଶ୍ବରନ୍‌ ଏବଂ ଅଙ୍କିତା ରାଇନା ବିଶ୍ବ ଟେନିସ୍‌ ମାନ୍ୟତାରେ ନିଜ ନିଜ ଜୀବନର ଶ୍ରେଷ୍ଠ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଖେଳି ଗ୍ରାଣ୍ଡ୍‌ ସ୍ଲାମ୍‌ ପଦାର୍ପଣ କରିଥିବା ପ୍ରଜ୍ଞେଶ ପୁରୁଷ ଏକକ ମାନ୍ୟତାରେ ୭ଟି ସ୍ଥାନ ଲମ୍ଫ ଦେଇ ୧୦୧ରେ ପହଞ୍ଚିଛନ୍ତି। ସେହିଭଳି ସିଙ୍ଗାପୁର ଆଇଟିଏଫ୍‌ ବିଜୟିନୀ ଅଙ୍କିତା ମହିଳା ଏକକ ମାନ୍ୟତାରେ ୩୫ସ୍ଥାନ ଉପରକୁ ଉଠି ୧୬୮ରେ ପହଞ୍ଚିଛନ୍ତି। ପରବର୍ତୀ ଶ୍ରେଷ୍ଠ ମହିଳା ଭାରତୀୟ ଏକକ ଭାବେ କର୍ମନ କୌର ଥାଣ୍ଡି ୫ ସ୍ଥାନ ଖସି ୨୧୦ରେ ଅଛନ୍ତି। ପୁରୁଷ ଏକକରେ ରାମନାଥନ ୧୩୩, ଭାମ୍ବ୍ରି ୧୫୧, ମିନେନି ୨୬୦ ଓ କୁମାର ମୁକୁନ୍ଦ ୨୯୨ରେ ରହିଛନ୍ତି। ଯୁଗଳରେ ରୋହନ ବୋପାନ୍ନା ୩୭, ଦିଭିଜ ସରଣ ୪୦, ନେଦୁଚେଝିଆନ୍‌ ୭୬, ପେସ୍‌ ୭୮ ଏବଂ ରାଜା ୧୦୩ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର