ପ୍ରଶଂସକ କମ୍‌

ଶନିବାର ଦୁଇଟି ଗୁରୁତ୍ବପୂର୍ଣ୍ଣ କ୍ରସ୍ ଓଭର ମ୍ୟାଚ୍ ଖେଳାଯାଇଥିଲେ ମଧ୍ୟ ପ୍ରଶଂସକଙ୍କ ସଂଖ୍ୟା ହଠାତ୍ କମିଯିବା ପରିଲଖିତ ହୋଇଥିଲା। ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ବେଳେ ପାଖାପାଖି ୫୦ ଭାଗ ସିଟ୍ ଫାଙ୍କା ଥିଲା। ସଂଧ୍ୟା ପରେ ଖେଳାଯାଇଥିବା ଫ୍ରାନ୍ସ-ଚୀନ ମ୍ୟାଚ୍‌ ବେଳକୁ ଏହା ପାଖାପାଖି ୬୫ ପ୍ରତିଶତ ଉପସ୍ଥିତ ଥିଲେ। ପୂର୍ବରୁ ଅନଲାଇନ୍ ଏବଂ ଅଫଲାଇନ୍ ଟିକେଟ୍ ମିଳୁନଥିବାରୁ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଅସନ୍ତୋଷ ଥିଲା। କିନ୍ତୁ ସୋମବାର ଟିଭିରୁ ଫାଙ୍କା ସିଟ୍‌ ଦେଖି ବହୁ ପ୍ରଶଂସକ ଫୋନ୍‌ରେ ଏଭଳି ପ୍ରଭେଦ କିଭଳି ବୋଲି ପ୍ରଶ୍ନ କରିଥିଲେ। ପୂର୍ବରୁ ସ୍କୁଲ୍ ପିଲାଙ୍କୁ ନେଇ ଷ୍ଟାଡିୟମ୍ ଭର୍ତ୍ତି ରହୁଥିଲେ ମଧ୍ୟ ସୋମବାର ସ୍କୁଲଗୁଡ଼ିକ ଖୋଲିଯିବାରୁ ଏହି ଫାଙ୍କା ପଡ଼ିଥିବା ବିଶ୍ବାସ କରାଯାଉଛି।

ସମ୍ବନ୍ଧିତ ଖବର