ପ୍ରମୋଦ, ଅନୁରାଧା ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍‌:ରାଜ୍ୟ ବାହୁକୁସ୍ତି

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ବାହୁ କୁସ୍ତି ସଂଘ ଆନୁକୂଲ୍ୟରେ ପୁରୀର କିଶୋର କ୍ଲବ୍‌ଠାରେ ଆୟୋଜିତ ୪୦ତମ ରାଜ୍ୟ ବାହୁ କୁସ୍ତି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ପୁରୁଷରେ ପ୍ରମୋଦ ମୁଖୀ ଏବଂ ମହିଳାରେ ଅନୁରାଧା ବେହେରା ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ। ଚଳିତ ମାସ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ ପ୍ରଥମ ଦୁଇ ସ୍ଥାନରେ ଥିବା ଖେଳାଳିମାନେ ସିଧାସଳଖ ଜାତୀୟ ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିଲେ ବୋଲି ରାଜ୍ୟ ବାହୁ କୁସ୍ତି ସଂଘର ସମ୍ପାଦକ କେଦାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ବିଭନ୍ନ ଓଜନ ବର୍ଗ‌ରେ ‌ଶ୍ରେଷ୍ଠ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିବା ଖେଳାଳିମାନେ ହେଲେ ଲିଜା ପରିଡ଼ା, ବିଶ୍ବସ୍ମିତା ମହାନ୍ତି, ୟାସମିନ ସାୟଦ, ଶୁଭସ୍ମିତା ସାହୁ, ସମତା ହରିଚନ୍ଦନ, ଅନୁରାଧା ବେହେରା, ଜାମିନି ସାହୁ, ସୀମା ପରିଡ଼ା, ପୂଜା ବେହେରା, ସାହେଦାଜି ଖଟୁଆ, ବିକି ନାୟକ, ଏସ୍‌କ‌େ କାଜଲ, ବୁଦ୍ଧେଶ୍ବର ସ୍ବାଇଁ, ରାହୁଲ ମୁଖୀ, ଯୋଗେଶ ମୁଖୀ, ବଜରଙ୍ଗୀ ଗୋଚ୍ଛାୟତ, ପୂଜା ପରିଡ଼ା, ପାପାଲି ବେହେରା, ପ୍ରିୟଦର୍ଶିନୀ ସାହୁ, ଚରଣ ନାୟକ, ରସିଦ ଖାନ, ରାହୁଲ ନାଏକ, କୁନୁ ମୁଖୀ, ରୁଦ୍ର ନାଏକ, କରଣ ନାଏକ, ପ୍ରବୀର ଷଡ଼ଙ୍ଗୀ, ରିଙ୍କୁ ମହାରଣା, ଶିବପ୍ରସାଦ ପାଣିଗ୍ରାହୀ, କୁନା ମହାନ୍ତି, ସୁନିଲ ନାଏକ, ରାଜନ ମହାରଣା, ତାପସ ଓଝା, କିଷନ ସାମଲ, ଏସ୍‌କେ ଗୁଫରାନ, ମାନସ ଓଝା, ଆକାଶ ମୁଖୀ, ଚନ୍ଦନ ନାଏକ, ସୋମନାଥ ପାତ୍ର, ତାପସ ପ୍ରଧାନ, ବାସୁଦେବ ସିଂହ, ପି ରବି କୁମାର, ମନୋରଂଜନ ହାତୀ, ପ୍ରସନ୍ନ ବେହେରା, ରବୀନ୍ଦ୍ର ବରାଳ, ଅମୀୟରଂଜନ ସାହା, ଅଶୋକ ଥାପ୍ପା, ମହମ୍ମଦ ରାଜ, ଅନୁୱାର ଖାନ୍‌, ରଖହରି ସ୍ବାଇଁ, ପ୍ରମୋଦ ମୁଖୀ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ସତ୍ୟବ୍ରତ ନାଏକ, ରଂଜିତ କୁମାର ସାମଲ, ପ୍ରଶାନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ରଂଜନ ପରିଡ଼ା, ଜନ ଦେବାଶିଷ ଦାସ, ବିଭୂତି ଭୂଷଣ ଭଞ୍ଜ, ଶଶିକାନ୍ତ ଜେନା, ଗୌରାଙ୍ଗ ପାତ୍ର।

ସମ୍ବନ୍ଧିତ ଖବର