ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା, ପ୍ରମୋଦ ଭଗତ ପାଇବେ ଖେଳରତ୍ନ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଓଡ଼ିଶା ପ୍ରମୋଦ ଭଗତଙ୍କ ସମେତ ୧୧ ଜଣଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ ସଂପର୍କରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହା ସହିତ କ୍ରିକେଟିୟର ଶିଖର ଧଓ୍ବନଙ୍କ ସମେତ ମୋଟ ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ।

ଖେଳରତ୍ନ ପାଇବାକୁ ଥିବା ଅନ୍ୟ ଖେଳାଳିମାନେ ହେଲେ ଅଲିମ୍ପିକ୍ସ କୁସ୍ତି ରୋପ୍ୟ ପଦକ ବିଜେତା ରବି ଦାହିୟା, ହକି ଖେଳାଳି ପିଆର ଶ୍ରୀଜେସ୍, ବକ୍ସର ଲଭଲିନା ବର୍ଗୋଇଁ, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ମହିଳା କ୍ରିକେଟ ଖେଳାଳି ମିତାଲି ରାଜ, ଜାଭେଲିନ ଫିଙ୍ଗାଳି ସୁମିତ ଅନ୍ତିଲ, ସୁଟର ଅବନ୍ତି ଲଖେରା, ବ୍ୟାଡମିଣ୍ଟନ ଖେଳାଳି କ୍ରିଷ୍ଣା ନାଗର, ସୁଟର ଏମ.ନରଓ୍ବାଲ ।

ଅନ୍ୟପକ୍ଷରେ ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ । ସେମାନଙ୍କ ମଧ୍ୟରେ ଅଛନ୍ତି କ୍ରିକେଟ ଖେଳାଳି ଶିଖର ଧଓ୍ବନ, ପାରା ବ୍ୟାଡମିଣ୍ଟନ ଖେଳାଳି ସୁହାସ ୟତିରାଜ ଓ ହାଇଜମ୍ପର ନିଷାଦ କୁମାର । ଏହାଛଡ଼ା ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ହକିଦଳର ସଦସ୍ୟମାନଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ ।

 

ସମ୍ବନ୍ଧିତ ଖବର