ଭୁବନେଶ୍ବର: ଥାଇଲାଣ୍ଡରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ ପୁରୁଷ ଏକକ ଫାଇନାଲ୍ରେ ଓଡ଼ିଆ ପୁଅ ପଦ୍ମଶ୍ରୀ ପ୍ରମୋଦ ଭଗତ ସ୍ବର୍ଣ୍ଣପଦକ ଜିତିଛନ୍ତି। ସେ ଫାଇନାଲ୍ ମୁକାବିଲାରେ ଇଂଲଣ୍ଡର ଡାନିଏଲ୍ ବିଠଲ୍ଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ପ୍ରମୋଦ ଭଗତ ଏକାଧିକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ୫ଥର ବିଜେତା ଲିନ୍ ଡେନ୍ଙ୍କ ସହିତ ସମକକ୍ଷ ହୋଇପାରିଛନ୍ତି। ସେ ବିଡବ୍ଲ୍ୟୁଏଫ୍ ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ କ୍ରମାଗତ ୩ଥର ସ୍ବର୍ଣ୍ଣ ପଦକ ହାସଲ କରିପାରିଛନ୍ତି। ପ୍ରମୋଦ ଭଗତଙ୍କ ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/post_attachments/wp-content/uploads/2024/02/f5237c97-1912-4dce-bed1-4bf0023561cb.jpeg)
ଏହି ବିଜୟ ମୋ ପାଇଁ ସ୍ବତନ୍ତ୍ର। ଏଥି ପାଇଁ କିଛି କାରଣ ରହିଛି। ପ୍ରଥମତଃ ୫ଥର ବିଜେତା ଲିନ୍ ଡେନ୍ଙ୍କ ସହିତ ସମକକ୍ଷ ହୋଇପାରିଛି। ଦ୍ବିତୀୟରେ ବିଡବ୍ଲ୍ୟୁଏଫ୍ ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ସିପି କ୍ରମାଗତ ୩ୟ ଥର ପାଇଁ ବିଜୟୀ ହୋଇପାରିଛି। ଏହି ମ୍ୟାଚ୍ରେ ଡାନିଏଲ୍ ବିଠଲ୍ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ତାଙ୍କୁ ମୁକାବିଲା କରିବା ପାଇଁ ଉପସ୍ଥିତ ବୁଦ୍ଧି ଲଗାଇଥିଲି।
-ପ୍ରମୋଦ ଭଗତ
ପ୍ରମୋଦ ଭଗତ ସେମିଫାଇନାଲ୍ରେ ୨୩-୨୧, ୨୦-୨୨, ୨୧-୧୮ରେ ନିଜ ଦେଶର ମନୋଜ ସରକାରଙ୍କୁ ହରାଇଥିଲେ। ଡାନିଏଲ୍ ସେମିଫାଇନାଲ୍ରେ ଭାରତର ନୀତିଶ ରାଣାଙ୍କୁ ୨୧-୧୮, ୨୦-୨୨, ୨୧-୧୪ରେ ହରାଇ ଫାଇନାଲ୍ରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ପୁରୁଷ ଯୁଗଳରେ ପ୍ରମୋଦ ଓ ସୁକାନ୍ତ କଦମଙ୍କ ଯୋଡ଼ି ଥାଇଲାଣ୍ଡର ମଙ୍ଗଖୋନ୍ ବନସନ୍ ଓ ସିରିପୋଙ୍ଗ ଟିମାରୋମ୍ଙ୍କ ଯୋଡ଼ିଠୁ ୧୬-୨୧, ୧୬-୨୧ରେ ହାରିଯାଇଥିଲେ। ମିଶ୍ରିତ ଯୁଗଳରେ ପ୍ରମୋଦ ଓ ମନୀଷା ରାମଦାସଙ୍କ ଯୋଡ଼ି ମଧ୍ୟ ନିରାଶ କରିବା ସହ ଇଣ୍ଡୋନେସିଆର ଫ୍ରେଡି ସେତିୱାନ ଓ ଖଲିମତାସ୍ ସାଦିୟାଙ୍କଠୁ ୧୫-୨୧, ୧୯-୨୧ରେ ପରାସ୍ତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/୧-3.jpg)