ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ପ୍ରମୋଦ, ଦୀପ

ଭୁବନେଶ୍ବର: ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାଗନେଇଥିବା ଦୁଇ ଓଡ଼ିଆ ପୁଅ ପ୍ରମୋଦ ଭଗତ ଓ ଦୀପ ରଂଜନ ବିଶୋୟୀ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍‌ରେ ପ୍ରମୋଦ ୨୪-୨୨, ୨୧-୧୫ରେ ୟୁକ୍ରେନ୍‌ର ଚିରକୋଭ ଓଲେକସାନ୍ଦୀଙ୍କୁ ଏବଂ ଦୀପ ୨୧-୧୩, ୨୧-୧୨ରେ ଗୁଆତେମାଲାର ରାଉଲ ଆଙ୍ଗୁଇଆନୋଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟର ଫାଇାଲ୍‌ରେ ପ୍ରମୋଦ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ଏବଂ ଦୀପ ଥାଇଲାଣ୍ଡର ଶ୍ରୀପଙ୍ଗ ତିମମାରୋମଙ୍କୁ ଭେଟିବେ। ପ୍ରମୋଦ ମଧ୍ୟ ପୁରୁଷ ଓ ମିଶ୍ରିତ ଯୁଗଳ ସେମିଫାଇନାଲ୍‌ରେ ପହଞ୍ଚି ପଦକ ପକ୍କା କରିଛନ୍ତି। ପୁରୁଷ ଯୁଗଳରେ ଦୁଇଟି ଗ୍ରୁପ୍‌ ମ୍ୟାଚ୍‌ରେ ପ୍ରମୋଦ-ସୁକାନ୍ତ କଦମ ଯୋଡ଼ି ୨୧-୧୭, ୨୨-୨୦‌ରେ ଥାଇଲାଣ୍ଡ ଯୋଡ଼ି ମୋଙ୍ଗଖୋ ବୁନସୁନ-ଶ୍ରୀପଙ୍ଗ ତିମମାରୋମଙ୍କୁ ଏବଂ ଦକ୍ଷିଣ କୋରିଆର ‌ଡୋଙ୍ଗଜାଏ ଜୁ-କ୍ୟୁଙ୍ଗ ହ୍ବାନଙ୍କୁ ହରାଇଥିଲେ। ମିଶ୍ରିତ ଯୁଗଳରେ ପ୍ର ମୋଦ-ମନୀଷର ରାମାଦାସ ୨୧-୭, ୨୧-୧୫ରେ ଫ୍ରାନ୍ସର ଲୁକାସ ମଜୁର-ଫଉଷ୍ଟିନ ନୋଏଲଙ୍କୁ ମାତ୍‌ ଦେଇଥିଲେ। ପୁରୁଷ ଯୁଗଳର ଦ୍ବିତୀୟ ଗ୍ରୁପ୍‌ ମ୍ୟାଚ୍‌ରେ ଦୀପ-ମହମ୍ମଦ ଅର୍ବାଜ ଅନସାରି ଯୋଡ଼ି ୨୧-୧୬, ୨୧-୧୮ରେ ଗୁଲାଉମେ ଗେଲି-ମାଥ୍ୟୁ ଥୋମସଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର