ପ୍ରମୋଦଙ୍କୁ କେନ୍ଦ୍ର ସରକାର ଦେଲେ ୩୫ ଲକ୍ଷ

ନୂଆଦିଲ୍ଲୀ: ସ୍ବିଜରଲାଣ୍ଡର ବାସେଲଠାରେ ଆୟୋଜିତ ବିଶ୍ବ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ୧୨ ଜଣ ଭାରତୀୟ କ୍ରୀଡ଼ା ତାରକାଙ୍କୁ କେନ୍ଦ୍ର କ୍ରୀଡ଼ାମନ୍ତୀ କିରଣ ରିଜୁଜୁ ସୋମବାର ସମ୍ବର୍ଧିତ କରିଛନ୍ତି। ସେ ମଧ୍ୟ ଏହି ସଫଳ କ୍ରୀଡ଼ା ତାରକାଙ୍କୁ ୧.୮୨ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ ୨୦, ‌ରୌପ୍ୟ ବିଜେତାଙ୍କୁ ୧୫ ଏବଂ କାଂସ୍ୟ ବିଜେତାଙ୍କୁ ୮ ଲକ୍ଷ ଟଙ୍କା ଲେଖାଏଁ ମିଳିଛି। ଯୁଗଳ ବର୍ଗରେ ସ୍ବର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ଜିତିଥିବା ପ୍ରତ୍ୟେକ ଖେଳାଳିଙ୍କୁ ୧୫, ୧୦.୫ ଓ ୬ ଲକ୍ଷ ଟଙ୍କା ଲେଖାଏଁ ମିଳିଛି। ତଦନୁଯାୟୀ ଓଡ଼ିଶା ତାରକା ପ୍ରମୋଦ ଭଗତଙ୍କୁ ୩୫ ଲକ୍ଷ ଟଙ୍କା ମିଳିଛି। ପ୍ରମୋଦ ଉଭୟ ଏକକ ଏବଂ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ।

ସମ୍ବନ୍ଧିତ ଖବର