ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲ୍‌ରେ ପ୍ରମୋଦ

ଭୁବନେଶ୍ବର : ପ୍ରମୋଦ ଭଗତ ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଉଭୟ ପୁରୁଷ ଏକକ ଓ ଯୁଗଳର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ହେଲେ ମିଶ୍ରିତ ଯୁଗଳରେ ତାଙ୍କ ଅଭିଯାନ ‌ସେମିଫାଇନାଲ୍‌ରେ ଶେଷ ହୋଇଯାଇଛି। ଶୁକ୍ରବାର ପୁରୁଷ ଏକକ ସେମିଫାଇନାଲ୍‌ରେ ପ୍ରମୋଦ ୨୧-୧୨, ୨୧-୧୮ରେ ନୀତେଶ କୁମାରଙ୍କୁ ପରାସ୍ତ କରିଥିଲେ। ପୁରୁଷ ଯୁଗଳରେ ସୁକାନ୍ତ କଦମଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ୨୧-୧୦, ୨୧-୧୪, ୨୧-୧୪ରେ ଆଉ ଏକ ଭାରତୀୟ ଯୋଡ଼ି ମହମ୍ମଦ ଅର୍ବାଜ ଅନ୍‌ସାରୀ ଓ ଦୀପ ରଂଜନ ‌ବିଶୋୟୀଙ୍କୁ ହରାଇଥିଲେ। ପରାଜୟ ପରେ ଦୀପରଂଜନ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ମିଶ୍ରିତ ଯୁଗଳରେ ପ୍ରମୋଦ ଓ ମନୀଷା ରାମଦାସ ୧୩-୨୧, ୯-୨୧ରେ ଫ୍ରାନ୍ସର ଲୁକାସ ମଜୁର ଓ ଫୌଷ୍ଟିନ୍‌ ନୋଏଲଙ୍କଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର