କାନାଡା ପାରାବ୍ୟାଡମିଣ୍ଟନ୍‌ ଫାଇନାଲ୍‌ରେ ପ୍ରମୋଦ

ଭୁବନେଶ୍ବର: କାନାଡାର ଓଟାୱା ସହରରେ ଚାଲିଥିବା କାନାଡା ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଆ ତାରକା ତଥା ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟୀ ପ୍ରମୋଦ ଭଗତ ଏସ୍‌ଏଲ୍-ଥ୍ରୀ ବର୍ଗର ପୁରୁଷ ଏକକ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରତିଯୋଗିତାର ଚତୁର୍ଥ ଦିବସରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ସେ ରବିବାର ଜାପାନର ଦାଇସୁ‌କେ ଫୁଜିହାରାଙ୍କୁ ୨୧-୧୪, ୧୬-୨୧, ୨୧-୧୩ରେ ପରାସ୍ତ କରିଛନ୍ତି। ପ୍ରମୋଦ ଫାଇନାଲ୍‌ରେ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର