ଭୁବନେଶ୍ବର : ଟୋକିଓରେ ଚାଲିଥିବା ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲ୍ରେ ଓଡ଼ିଶାର ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି। ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ଏହି ୫ ଥରର ବିଶ୍ବ ବିଜେତା ୨୧-୧୭, ୨୧-୧୯ରେ ୟୁକ୍ରେନ୍ର ଓଲେକଜାଣ୍ଡର ଚିର୍କୋଭଙ୍କୁ ପରାସ୍ତ କରିଥିଲେ। ଶନିବାର ସେମିଫାଇନାଲ୍ରେ ଗତ ଥରର ଦୁଇ କାଂସ୍ୟ ବିଜେତା ପ୍ରମୋଦ ଜାପାନର ଡାଇସୁକେ ଫୁଜିହାରାଙ୍କୁ ଭେଟିବେ। ଶନିବାର ମଧ୍ୟ ସେ ଓ ତାଙ୍କ ଭାରତୀୟ ସାଥୀ ମନୋଜ ସରକାରଙ୍କ ସହ ପୁରୁଷ ଯୁଗଳ ସେମିଫାଇାଲ୍ ଖେଳିବେ। ଏହି ଭାରତୀୟ ଯୋଡ଼ି ଫ୍ରାନ୍ସର ଗୁଇଲାଉମେ ଗାଇଲି ଓ ମାଥ୍ୟୁ ଥୋମାସଙ୍କୁ ଭେଟିବେ।
ବିଶ୍ବ ପାରା ବ୍ୟାଡ୍ମିଣ୍ଟନ ସେମିରେ ପ୍ରମୋଦ
/sambad/media/post_attachments/wp-content/uploads/2022/11/Pramod-2.jpg)