ଭୁବନେଶ୍ବର: ବାହାରିନର ମାନମାରେ ଆୟୋଜିତ ବାହାରିନ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ଦ୍ବିମୁକୁଟ କରାୟତ୍ତ କରିଛନ୍ତି। ମଙ୍ଗଳବାର ଖେଳିଥିବା ଦୁଇଟି ଫାଇନାଲ୍ (ଏକକ ଓ ଯୁଗଳ)ରେ ସେ ବିଜୟୀ ହୋଇଛନ୍ତି। ପୁରୁଷ ଏକକରେ ପ୍ରମୋଦ ୨୧-୧୬, ୨୧-୧୭ରେ ନିଜ ଦେଶର ନୀତେଶ କୁମାରଙ୍କୁ ପରାସ୍ତ କରିଥିଲେ। ପୁରୁଷ ଯୁଗଳରେ ସେ ଓ ତାଙ୍କ ଭାରତୀୟ ସାଥୀ ସୁକାନ୍ତ କଦମ ୨୪-୨୨, ୨୧-୯, ୨୧-୧୪ରେ ନୀତେଶ ଓ ତୁରଣଙ୍କୁ ହରାଇ ଦେଇଥିଲେ। ଏହି ଦୁଇ ସ୍ବର୍ଣ୍ଣ ସହ ମିଶ୍ରିତ ଯୁଗଳରେ ପ୍ରମୋଦ କାଂସ୍ୟ ଜିତି ଏହି ପ୍ରତିଯୋଗିତାରେ ୩ ପଦକ ପାଇଛନ୍ତି। ମିଶ୍ରିତ ଯୁଗଳରେ ସେ ତାଙ୍କ ସାଥୀ ମନୀଷା ରାମଦାସ ସେମିଫାଇନାଲ୍ରେ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ସେହିଭଳି ଏହି ପ୍ରତିଯୋଗିତାରେ ଭାଗନେଇଥିବା ଅନ୍ୟ ଜଣେ ଓଡ଼ିଶା ଖେଳାଳି ଦୀପ ରଞ୍ଜନ ବିଶୋଇ ପୁରୁଷ ଯୁଗଳ ସେମିଫାଇନାଲ୍ରେ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ଏହି ସଫଳତା ଲାଗି ପ୍ରମୋଦ ଓ ଦୀପଙ୍କୁ ପାରା ସ୍ପୋର୍ଟ୍ସ ସଂଘ ଅଭିନନ୍ଦନ ଜଣାଇଛି।
ବାହାରିନ୍ରେ ପ୍ରମୋଦଙ୍କୁ ଦ୍ବିମୁକଟ
/sambad/media/post_attachments/wp-content/uploads/2023/05/jgdjgdgjdgjd3132132.jpg)