ଭୁବନେଶ୍ବର: ଟୋକିଓ ପାରାଲିମ୍ପିକ୍ସ ବ୍ୟାଡ୍ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଙ୍ଗଳବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ କାର୍ଯ୍ୟାଳୟରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଷୟରେ ମନ୍ତ୍ରୀ ନିଜ ଟ୍ବିଟର୍ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ଟୋକିଓରେ ପ୍ରମୋଦଙ୍କ ସମେତ ଆମର ପାରା ଅଲିମ୍ପିଆନ୍ଙ୍କ ପ୍ରଦର୍ଶନ ସମଗ୍ର ଦେଶକୁ ପ୍ରେରଣା ଦେଇଛି। ଏହି ସଫଳତା ଆମ ଦେଶ ବିଶେଷ ଭାବରେ ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟ୍ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଶନିବାର ପାରାଲିମ୍ପିକ୍ସରେ ପ୍ରମୋଦ ସ୍ବର୍ଣ୍ଣ ଜିତିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭିଡିଓ କନ୍ଫରେନ୍ସି ଜରିଆରେ କଥା ହୋଇ ଅଭିନନ୍ଦନ ଜଣାଇଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ ପ୍ରମୋଦ
/sambad/media/post_attachments/wp-content/uploads/2021/09/65f4h654fs654h65sf4h56sf47hsf54h56sfhsfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)