ଚାଇନା ପାରା ବ୍ୟାଡ୍‌ମିଣ୍ଟନ୍‌ରେ ଭାଗନେବେ ପ୍ରମୋଦ

ଭୁବନେଶ୍ବର: ଚଳିତ ମାସ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଚୀନ୍‌ର ଝେଜିଆଙ୍ଗଠାରେ ଆୟୋଜିତ ହେବାକୁଥିବା ଚାଇନା ପାରା ବ୍ୟାଡ୍‌ମିଣ୍ଟନ୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ପ୍ରମୋଦ ଭଗତ ଭା‌ଗନେବେ। ଏହି ପ୍ରତିଯୋଗିତାରେ ସାରା ବିଶ୍ବରୁ ୧୩୯ ପ୍ରତିଯୋଗୀ ଭାଗନେବାକୁ ଥିଲାବେଳେ ଭାରତରୁ ୧୭ ଜଣ ଅଂଶଗ୍ରହଣ କରିବେ। ଏହା ମଧ୍ୟରେ ଏକମାତ୍ର ପ୍ରମୋଦ ଓଡ଼ିଆ ଖେଳାଳି ରହିଛନ୍ତି।

ସମ୍ବନ୍ଧିତ ଖବର