ଭୁବନେଶ୍ବର: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ପ୍ରମୁଖ କ୍ରୀଡ଼ାବିତ୍ଙ୍କ ସହ ଆଲୋଚନା କରିଥିବା ବେଳେ ଓଡ଼ିଶାରୁ କେବଳ ସାମିଲ ଥିଲେ ପ୍ରମୋଦ ଭଗତ। ପ୍ରଧାନମନ୍ତ୍ରୀଙ୍କ ଏହି ବିରଳ ତାଲିକାରେ ସାମିଲ ଥିବାରୁ ପ୍ରମୋଦ ନିଜକୁ ଭାଗ୍ୟବାନ ମଣିଛନ୍ତି। ଦେଶର ଏହି ଘଡିସନ୍ଧୀ ମୁହୂର୍ତ୍ତରେ ପ୍ରମୋଦ ଖୋଜା ପଡ଼ିଥିବାରୁ ଓଡ଼ିଶାବାସୀ ମଧ୍ୟ ଗର୍ବିତ ହୋଇଛନ୍ତି। ଖେଳାଳିମାନେ ଯେଭଳି ଖେଳ ପଡିଆରେ ଲଢ଼ି ଜିତିଥାନ୍ତି ଏହି ମହାମାରୀ ସମୟରେ ସେଭଳି ସାମାଜିକ ଦାୟିତ୍ବ ତୁଲାଇବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ସକାଳେ ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ସୀମିତ ଖେଳାଳିଙ୍କ ସହ କଥା ହେବା ସମ୍ଭବ ହୋଇଥିଲା। ଏହି କାରଣରୁ ଦିନସାରା କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଅବଶିଷ୍ଟ ଖେଳାଳିଙ୍କ ସହ କଥା ହୋଇଥିଲେ। ରିଜିଜୁଙ୍କ ସହ ଆଲୋଚନା ବେଳେ ପ୍ରମୋଦ ନିଜ ଦାୟିତ୍ବ କଥା କହିଥିଲେ। ସାମାଜିକ ଦୂରତା ରକ୍ଷାର ଗୁରୁତ୍ବ ନେଇ ସେ ସଚେତନତା ଆଣୁଥିବା ପ୍ରକାଶ କରିଥିଲେ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଛି ବୋଲି ପ୍ରମୋଦ ମଧ୍ୟ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଦେଶରେ ସକାରାତ୍ମକ ପ୍ରଭାବ ପକାଉଛୁ ବୋଲି ମଧ୍ୟ ପ୍ରମୋଦ ଜଣାଇଥିଲେ। ନିଜକୁ କୌଣସି ଦାୟିତ୍ବ ମିଳିଲେ ସେ ନେବାକୁ ପ୍ରସ୍ତୁତ ବୋଲି ମଧ୍ୟ ଜଣାଇ ଦେଇଥିଲେ। ସୂଚନାଯୋଗ୍ୟ, ପ୍ରମୋଦ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କା ଦାନ କରି ଅନ୍ୟମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଥିଲେ। ବିଶ୍ବ ବିଜେତା ଏହି ପାରା ବ୍ୟାଡ୍ମିଣ୍ଟନ୍ ତାରକା ଗତବର୍ଷ ଅଷ୍ଟମ ଓଡ଼ିଆ ଭାବେ ଅର୍ଜ୍ଜୁନ ପୁରସ୍କାର ବିଜେତା ହୋଇଥିଲେ।
ମୋଦୀଙ୍କ ବାର୍ତ୍ତା ସକରାତ୍ମକ ପ୍ରଭାବ ପକାଉଛି: ପ୍ରମୋଦ
/sambad/media/post_attachments/wp-content/uploads/2020/04/fh87fh7fh98sf7h98sf7h98sf7h98sf7h98sfhsfhfhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)