ଭୁବନେଶ୍ବର : ଆୟର୍ଲାଣ୍ଡର ଡବଲିନ୍ଠାରେ ଆୟୋଜିତ ଆୟର୍ଲାଣ୍ଡ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଏକକରେ ଓଡ଼ିଆ ତାରକା ପ୍ରମୋଦ ଭଗତ ରୌପ୍ୟ ପଦକ ଜିତିଛନ୍ତି। ଏସଏଲ୍-୩ ବର୍ଗର ଫାଇନାଲ୍ରେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ପ୍ରମୋଦ ବ୍ରିଟେନ୍ର ଡାନିଏଲ୍ ବେଥେଲଙ୍କଠାରୁ ୧୭-୨୧, ୯-୨୧ରେ ହାରିଯାଇଥିଲେ। ଫଳରେ ଏହି ପ୍ରତିଯୋଗିତାରେ ତାଙ୍କ ସ୍ବର୍ଣ୍ଣ ପଦକ ଜିତିବା ଆଶା ମଉଳିଯାଇଥିଲା।
ଟୋକିଓ ଅଲିମ୍ପିକ୍ସରେ ବେଥେଲଙ୍କୁ ହରାଇ ହିଁ ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ଚଳିତବର୍ଷ ଉଭୟ ପରସ୍ପର ବିପକ୍ଷରେ ଖେଳିଥିବା ୪ଟି ଫାଇନାଲ୍ରୁ ପ୍ରମୋଦ ମାତ୍ର ଗୋଟିଏ ଜିତିଥିଲା ବେଳେ ବେଥେଲ ୩ ଥର ବିଜୟୀ ହୋଇଛନ୍ତି। ଏହା ପୂର୍ବରୁ ପ୍ରମୋଦ ଜାପାନର ଦାଇସୁଖ ଫୁଜିହାରାଙ୍କୁ ୨୧-୧୫, ୨୧-୧୫ରେ ପରାସ୍ତ କରି ଫାଇନାଲ୍କୁ ଯାଇଥିଲେ। ଏହି ମ୍ୟାଚ୍କୁ ସେ ମାତ୍ର ୩୮ ମିନିଟ୍ ଭିତରେ ୨୧-୧୫, ୨୧-୧୫ରେ ଜିତି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Pramod_and_Deep_ranjanpppp-removebg-preview.jpg)