ବିଜୟରୁ ପ୍ରମୋଦଙ୍କ ଅଭିଯାନ

ଭୁବନେଶ୍ବର: ଚଳିତ ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାସନାଲ୍ ୨୦୨୧ରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶାର ପ୍ରମୋଦ ଭଗତ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଏସ୍‌ଏଲ୍‌-୩ ବର୍ଗ ଏକକରେ ‌ଏକ ନମ୍ବର ପ୍ରମୋଦ ୨୧-୮, ୨୧-୧୦ରେ ସ୍ଥାନୀୟ ଖେଳାଳି ଗଡଫ୍ରେ କାତା‌ଲୋଙ୍କୁ ପରାସ୍ତ କରିଥିଲେ। ତାଙ୍କ ପୂର୍ବରୁ ଓଡ଼ିଆ ପୁଅ ଦୀପ ରଂଜନ ବିଶୋୟୀ (ଏସ୍‌ଏଲ୍‌-୪) ନିଜର ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ ଜିତିଥି‌ଲା ବେଳେ ଦିଲେଶ୍ବର ରାଓ (ଏସ୍‌ଏଲ୍‌-୩) ପରାଜିତ ହୋଇଥିଲେ।

ଯୁଗଳ‌ରେ ମ‌‌ନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ୨୧-୧୫, ୨୧-୧୭ରେ ନିଜ ଦେଶର ନେହାଲ ଗୁପ୍ତା ଓ ଶରଦ ଚନ୍ଦ୍ର ଯୋଶୀଙ୍କୁ ହରାଇଥିଲେ। ସେହିପରି ଅର୍ବାଜ ଅନ୍‌ସରୀଙ୍କୁ ସାଥୀ ‌କରି ଖେଳୁଥିବା ଦୀପ ୨୧-୨, ୨୧-୭ରେ ଆଲ୍‌ଜେରିଆର ଅନିସ ବେନ୍‌ସ୍ଲାମା ଓ ସାମିଙ୍କୁ ହରାଇଥିଲେ। ହେଲେ ନିଲେଶ ‌ଗାଏକ୍ବାଡଙ୍କୁ ସାଥୀ କରି ଖେଳୁଥିବା ଦିଲେଶ୍ବର ୧୨-୨୧ ଓ ୯-୨୧ରେ ନିଜ ଦେଶଣ ସୁକାନ୍ତ କଦମ ଓ ନିତେଶ କୁମାରଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର