ଭୁବନେଶ୍ବର: ଇଜିପ୍ଟରେ ଅକ୍ଟୋବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ବ ମଡର୍ଣ୍ଣ ପେଣ୍ଟାଥଲନ୍ (ବାଏଥେଲ୍ ଓ ଟ୍ରାଏଥେଲ୍) ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ମଙ୍ଗଳବାର ସେଠାକୁ ଯାତ୍ରା କରିଛି। ଏହି ଦଳରେ ଓଡ଼ିଶାର ଦୁଇ ଉଦୀୟମାନ ପ୍ରତିଭା ପ୍ରଣବ ଦାସ ଓ ରାୟଗୁରୁ ସୂର୍ଯ୍ୟାଂଶ ମହାପାତ୍ର ସାମିଲ ହୋଇଛନ୍ତି। ଇଜିପ୍ଟ ଗସ୍ତ ପୂର୍ବରୁ ନୂଆଦିଲ୍ଲୀ ବିମାନବନ୍ଦରରେ ମଡର୍ଣ୍ଣ ପେଣ୍ଟାଥଲନ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ସମ୍ପାଦକ ମହମ୍ମଦ ଆଜାମ ଉଭୟ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭକାମନା ଜଣାଇଛନ୍ତି।
ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଉଭୟ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିବାବେଳେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରଂଜନ ନନ୍ଦ, ନିର୍ଭୟ କୁମାର ସାମନ୍ତରାୟ, ଦିଲୀପ କୁମାର ପଟ୍ଟନାୟକ, ବାସୁଦେବ ଓଝା, ଗୀତାଞ୍ଜଳି ଜେନା, ଦିଲୀପ କୁମାର ମହାନ୍ତି, ଟିଟନ୍ ସାହୁ, ଗଗନେନ୍ଦୁ ଦାଶ, ନବରଂଜନ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପଣ୍ଡା, ସୁଶୀଲ ପାଲ୍, ଶକ୍ତିରଂଜନ ମହାନ୍ତିଙ୍କ ସହ ଓଡ଼ିଶା ଅଲିମ୍ପିକ୍ ସଂଘ ମଧ୍ୟ ଶୁଭକାମନା ଜଣାଇଛି।