ଜାକର୍ତ୍ତା: ଥୋମାସ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ଏଚ୍ଏସ୍ ପ୍ରଣୟ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ସୁପର ୧୦୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍ରେ ଏହି ୨୯ ବର୍ଷୀୟ କେରଳ ତାରକା ସିଧାସଳଖ ୨୧-୧୧, ୨୧-୧୮ରେ ହଂକଂର ଏନ୍ଜି କା ଲଙ୍ଗ ଅଙ୍ଗୁସଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ବଳରେ ପ୍ରଣୟ ୫ ଟ୍ରଫି ମରୁଡ଼ିର ଅବସାନ ଘଟାଇବା ଦିଗରେ ଆଉ ଏକ ପାଦ ଥାପିଛନ୍ତି। ତେବେ ପୁରୁଷ ଏକକ ଖେଳାଳି ସମୀର ବର୍ମା, ମହିଳା ଯୁଗଳ ଯୋଡ଼ି ଅଶ୍ବିନୀ ପୋନ୍ନାପ୍ପା ଓ ସିକ୍କି ରେଡ୍ଡୀ ଏବଂ ପୁରୁଷ ଯୁଗଳ ଯୋଡ଼ି ଧ୍ରୁବ କପିଳା ଓ ଏମ୍ଆର୍ ଅର୍ଜୁନଙ୍କ ଅଭିଯାନ ପ୍ରିକ୍ବାର୍ଟର ଫାଇନାଲ୍ରେ ଶେଷ ହୋଇଯାଇଛି। ଏକାଦଶ ମାନ୍ୟତାପ୍ରାପ୍ତ ସମୀର ୧୦-୨୧, ୧୩-୨୧ରେ ଷଷ୍ଠ ମାନ୍ୟତାପ୍ରାପ୍ତ ମାଲେସିଆର ଲି ଜି ଜିଆଙ୍କଠୁ, ଅଶ୍ବିନୀ ଓ ସିକ୍କି ୧୬-୨୧, ୧୩-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଚୀନ୍ ଯୋଡ଼ି ଚେନ୍ କ୍ବିଙ୍ଗ ଚେନ୍ ଓ ଜିଆ ୟି ଫାନ୍ଙ୍କଠୁ ଏବଂ ଧ୍ରୁବ ଓ ଅର୍ଜୁନ ୧୯-୨୧, ୧୫-୨୧ରେ ଚୀନ୍ର ଲି ୟୁ ଚେନ୍-ୟୁ ଜୁଆନ୍ ୟି’ଙ୍କଠୁ ହାରି ଯାଇଥିଲେ।
ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ କ୍ବାର୍ଟରରେ ପ୍ରଣୟ; ସମୀର ବିଦା
/sambad/media/post_attachments/wp-content/uploads/2022/06/f654jh65sfh465hhfshsfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)