ଓସାକା: ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ଏଚ୍ଏସ୍ ପ୍ରଣୟ ଏଠାରେ ଚାଲିଥିବା ଜାପାନ ଓପନ୍ର ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ପହଞ୍ଚି ଯାଇଥିଲା ବେଳେ କିଦାମ୍ବି ଶ୍ରୀକାନ୍ତ କିନ୍ତୁ ପ୍ରିକ୍ବାର୍ଟର ଫାଇନାଲ୍ରେ ହାରି ବିଦାୟ ନେଇଛନ୍ତି। ବିଶ୍ବ ମାନ୍ୟତାର ଅଷ୍ଟାଦଶ ପ୍ରଣୟ ଗୁରୁବାର ପ୍ରିକ୍ବାର୍ଟର ଫାଇନାଲ୍ରେ ପୂର୍ବତନ ବିଶ୍ବ ବିଜେତା ସିଙ୍ଗାପୁରର ଲୋହ କିନ୍ ୟି’ଙ୍କୁ ୨୨-୨୦ ଓ ୨୧-୧୯ରେ ପରାସ୍ତ କରିଥିଲେ। ଏହି ସିଙ୍ଗାପୁର ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷରେ ୪ ଥର ମୁହାଁମୁହିଁରୁ ପ୍ରଣୟଙ୍କ ଏହା ତୃତୀୟ ବିଜୟ। କ୍ବାର୍ଟର ଫାଇନାଲ୍ରେ ପ୍ରଣୟଙ୍କ ମୁକାବିଲା ଚାଇନିଜ୍ ତାଇପେର ଚୋଉ ତିନ୍ ଚେନ୍ଙ୍କ ସହ ହେବ। ନିଜର ଶେଷ ଦୁଇ ମୁକାବିଲାରେ ଚେନ୍ଙ୍କୁ ପ୍ରଣୟ ପରାସ୍ତ କରିଥିଲେ ମଧ୍ୟ ମୋଟ ଉପରେ ୩-୪ ପଛରେ ରହିଛନ୍ତି। ଗତ ସପ୍ତାହରେ ବିଶ୍ବ ଚାମ୍ପିଅନ୍ସିପ୍ରେ ଚେନ୍ଙ୍କୁ ପରାସ୍ତ କରି ପ୍ରଣୟ କାଂସ୍ୟ ପଦକ ଜିତିଥିଲେ। ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାର ପୂର୍ବତନ ଶୀର୍ଷ ଖେଳାଳି ଶ୍ରୀକାନ୍ତ ପ୍ରିକ୍ବାର୍ଟର ଫାଇନାଲ୍ରେ ଅଟକିଗଲେ। ତାଙ୍କୁ ୨୧-୧୦ ଓ ୨୧-୧୬ରେ ପରାସ୍ତ କରି ବିଶ୍ବ ମାନ୍ୟତାର ସପ୍ତମ ଜାପାନୀ ତାରକା କାଣ୍ଟା ସୁନେୟାମା ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ଏହା ପୂର୍ବରୁ ୨୦୧୯ କୋରିଆନ୍ ଓପନ୍ରେ ମଧ୍ୟ ସୁନେୟାମାଙ୍କଠୁ ଶ୍ରୀକାନ୍ତ ହାରିଥିଲେ।
ଜାପାନ ଓପନ କ୍ବାର୍ଟରରେ ପ୍ରଣୟ, ଶ୍ରୀକାନ୍ତ ବିଦା
/sambad/media/post_attachments/wp-content/uploads/2021/12/Srikant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)