ପ୍ରଣୀତ, ସମୀରଙ୍କ ଅଭିଯାନ ଶେଷ

ଅଷ୍ଟ୍ରେଲିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ

ନୂଆଦିଲ୍ଲୀ କ୍ରମାଗତ ବିଜୟ ସହ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଥିବା ଦୁଇ ଭାରତୀୟ ତାରକା ବି ସାଇ ପ୍ରଣୀତ ଏବଂ ସମୀର ବର୍ମା ଶେଷରେ ଝୁଣ୍ଟିଲେ। ମେଲ୍‌ବର୍ନରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଶୁକ୍ରବାର ପୁରୁଷ ଏକକ କ୍ୱାର୍ଟର ଫାଇନାଲ୍‌ରେ ଦ୍ୱିତୀୟ ମାନ୍ୟତା ପ୍ରଣୀତ ୨୧-୨୩ ଓ ୧୩-୨୧ ସିଧାସଳଖ ଗେମ୍‌ରେ ସପ୍ତମ ମାନ୍ୟତା ହଂକଂ ଖେଳାଳି ଲି ଚିଉକ୍‌ ୟିଉଙ୍କ ନିକଟରୁ ହାରି ଯାଇଥିଲା ବେଳେ ଚତୁର୍ଥ ମାନ୍ୟତା ସମୀର ୧୪-୨୧ ଓ ୬-୨୧ ସିଧାସଳଖ ଗେମ୍‌ରେ ଚୀନ୍‌ ତାରକା ଲୁ ଗୁଆଙ୍ଗ୍‌ଜୁଙ୍କ ନିକଟରୁ ହାରି ଅଭିଯାନ ଶେଷ କରିଛନ୍ତି। ତେବେ ପୁରୁଷ ଯୁଗଳରେ ମନୁ ଅତ୍ରି-ବି ସୁମିତ୍‌ ରେଡ୍ଡୀ ଆଉ ଏକ ବିଜୟ ସହ ଆଗକୁ ବଢ଼ିଛନ୍ତି। ଶୁକ୍ରବାର ଦୁଇ ଭାରତୀୟ ଯୋଡ଼ିଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ତୃତୀୟ ମାନ୍ୟତା ଯୋଡ଼ି ମନୁ-ସୁମିତ୍‌ ବାଜି ମାରି ନେଇଥିଲେ। ମନୁ-ସୁମିତ୍‌ ୧୭-୨୧, ୨୧-୧୯ ଓ ୨୧-୧୮ରେ ସପ୍ତମ ମାନ୍ୟତା ଯୋଡ଼ି ଅର୍ଜୁନ ଏମ୍‌ଆର୍‌ ଓ ରାମଚନ୍ଦ୍ରନ୍‌ ଶ୍ଲୋକ୍‌ଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। ସେମିଫାଇନାଲ୍‌ରେ ମନୁ-ସୁମିତ୍‌ଙ୍କ ମୁକାବିଲା ଇଣ୍ଡୋନେସିଆ ଯୋଡ଼ି ବେରି ଆଙ୍ଗ୍ରିଓ୍ଵାନ୍‌ ଓ ହାର୍ଦିଆଣ୍ଟୋଙ୍କ ସହ ହେବ।

ସମ୍ବନ୍ଧିତ ଖବର