ଜାପାନ ଓପନ୍‌ରୁ ପ୍ରଣୟ ବିଦା

ଓସାକା : ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଏଚ୍‌ଏସ୍‌ ପ୍ରଣୟ ଜାପାନ ଓପନ୍‌ର ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ପ୍ରବଳ ଲଢ଼ିବା ସତ୍ତ୍ବେ ହାରିଯାଇଛନ୍ତି। ଶୁକ୍ରବାର ଏହି ମୁକାବିଲାରେ ପ୍ରଣୟ ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ପଦକ ବିଜେତା ଚାଇନିଜ୍‌ ତାଇପେର ଚୋଉ ତିନ୍‌ ଚେନ୍‌ଙ୍କଠାରୁ ୧୭-୨୧, ୨୧-୧୫ ଓ ୨୦-୨୨ରେ ପରାଜିତ ହୋଇ ବିଦାୟ ନେଇଛନ୍ତି। ଏହି ମ୍ୟାଚ୍‌ ୧ ଘଣ୍ଟା ୨୦ ମିନିଟ୍‌ ଧରି ଚାଲିଥିଲା। ଏଥି ସହିତ ପରସ୍ପର ଅଷ୍ଟମ ମୁହାଁମୁହିଁରେ ଚେନ୍‌ଙ୍କଠାରୁ ପ୍ରଣୟ ପଞ୍ଚମ ପରାଜୟ ବରଣ କଲେ।

ସମ୍ବନ୍ଧିତ ଖବର