ଭାରତରୁ ପ୍ରସାଦ, ସେଖ୍‌: ହକି ବିଶ୍ୱକପ୍‌ ଲାଗି ଅମ୍ପାୟାର ତାଲିକା ପ୍ରକାଶ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭୁବନେଶ୍ୱରରେ ଆୟୋଜିତ ହେବାକୁଥିବା ହକି ବିଶ୍ୱକପ୍‌ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ ବୁଧବାର ଅମ୍ପାୟାର ତାଲିକା ଘୋଷିଣା କରିଛି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ବିଶ୍ୱକପ୍‌ ପରିଚାଳନା ପାଇଁ ୧୯ ଦେଶରୁ ୨୫ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏଥିରେ ଭାରତରୁ ରଘୁ ପ୍ରସାଦ ଓ ଜାଭେଦ୍‌ ସେଖ୍‌ଙ୍କ ସମେତ ୧୦୦ରୁ ଅଧିକ ମ୍ୟାଚ୍‌ ପରିଚାଳନା ଅଭିଜ୍ଞତା ରଖିଥିବା ଫ୍ରାନ୍ସିସ୍‌କୋ ଭାଜକ୍ୱେଜ୍‌ (ସ୍ପେନ୍‌), ମାର୍ଟିନ୍‌ ମାଡେନ୍‌ (ସ୍କଟ୍‌ଲାଣ୍ଡ୍‌), ସିମୋନ ଟେଲର (ନ୍ୟୁଜିଲାଣ୍ଡ୍‌)ଙ୍କ ସହ ଡାନ ବାର୍ଷ୍ଟୋ (ଇଂଲଣ୍ଡ), କାର୍ସିନ୍‌ ଗ୍ରୋଚାଲ (ପୋଲାଣ୍ଡ), ଡିଆଗୋ ବାର୍ବାସ୍‌ (ଆର୍ଜେଣ୍ଟିନା), ଲିମ୍‌ ହଙ୍ଗ୍‌ ଝେନ୍‌ (ସିଙ୍ଗାପୁର), ଜୋନ୍‌ ଭାଣ୍ଟ୍‌ସ ହେକ୍‌ (ନେଦରଲାଣ୍ଡ୍‌), ଆଦମ୍‌ କିଅର୍ନସ (ଅଷ୍ଟ୍ରେଲିଆ), ପିଟର ରାଇଟ୍‌ (ଦକ୍ଷିଣ ଆଫ୍ରିକା), ଡେଭିଡ୍‌ ଟମ୍‌ଲିନ୍‌ସନ୍‌ (ନ୍ୟୁଜିଲାଣ୍ଡ୍‌), ଏରିକ୍‌ କିମ୍‌ ଲାଇ କୋ (ମାଲେସିଆ), ଗ୍ରିଗୋରି ୟୁତେଟ୍‌ହୋଭ୍‌ (ବେଲ୍‌ଜିୟମ୍‌), ବେନ୍‌ ଗଣ୍ଟେ୍‌ଜିନ୍‌ (ଜର୍ମାନି) ଅମ୍ପାୟାର ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଅମ୍ପାୟାର ପ୍ରବନ୍ଧକ ଭାବେ ଫିଲିପ୍‌ ଶ୍ଚେଲେକେନ୍ସ (ନେଦରଲାଣ୍ଡ୍‌) ଏବଂ ମିନ୍‌କା ଓ୍ଵଲେ (ଅଷ୍ଟ୍ରେଲିଆ) ଏହି ଦଳରେ ସାମିଲ ହୋଇଥିଲା ବେଳେ ଡିଓନ୍‌ ନେଲ୍‌ (ଦକ୍ଷିଣ ଆଫ୍ରିକା) ଭିଡିଓ ଅମ୍ପାୟାର ପ୍ରଶିକ୍ଷକ ଭାବେ ରହିଛନ୍ତି। ସୁଏବ୍‌ ମଞ୍ଜରା ସ୍ୱାସ୍ଥ୍ୟ ଅଧିକାରୀ ଭାବେ ରହିଛନ୍ତି। ଯାନ୍ତ୍ରୀକ ଅଧିକାରୀ ଭାବେ କ୍ରିଷ୍ଟିଆନ୍‌ ଡେେକେନ୍‌ବ୍ରୋକ୍‌ (ଜର୍ମାନୀ), ଅଲ୍‌ଫ୍ରେଡ୍‌ ଚାଙ୍ଗ୍‌ (ହଂକଂ), ଇଦ୍‌ନା ରୁଟେନ୍‌ (ନେଦରଲାଣ୍ଡ), ରିୟା ରିଚାର୍ଡସନ୍‌ ଏବଂ କାୟାସ କାନ୍ୟଙ୍ଗରା (ଜିମ୍ବାେଓ୍ଵ)ଙ୍କୁ ନିଯୁକ୍ତି ମଳିଛି।

ସମ୍ବନ୍ଧିତ ଖବର