ଧୋନିଙ୍କୁ ନେଇ ପ୍ରସାଦଙ୍କ ସିଧା କଥା: ‘ଆମେ ଆଗକୁ ବଢ଼ିଛୁ, ଏଥିରେ ଦ୍ବନ୍ଦ୍ବ ନାହିଁ’

ମୁମ୍ବାଇ, : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଜାତୀୟ ଚୟନ ସମିତି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ ସ୍ଥିତି ସ୍ପଷ୍ଟ କରି ଦେଇଛନ୍ତି। ସମିତି ଏବେ ଆଗକୁ ବଢ଼ୁଛି, ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ଗୁରୁବାର ବାଂଲାଦେଶ ବିପକ୍ଷ ଶୃଙ୍ଖଳା ଲାଗି ଦଳ ଘୋଷଣା କରିବା ପରେ ପରେ ପ୍ରସାଦ ସଫା ସଫା କହିଛନ୍ତି। ସେ ଆହୁରି କହିଛନ୍ତି ବିଶ୍ବକପ୍ ପରେ ଆମେ ଏକଥା ସ୍ପଷ୍ଟ କରି ଦେଇଛୁ। ଆମେ ଋଷବ ପନ୍ତଙ୍କୁ ସମର୍ଥନ କରୁଛୁ, ସେ ଭଲ କରନ୍ତୁ ବୋଲି ଚାହୁଁଛୁ। ପନ୍ତ ହୁଏତ ଆଶାଜନକ ପ୍ରଦର୍ଶନ କରି ନ ଥାଇ ପାରନ୍ତି। ହେଲେ ଆମେ ‌କେବଳ ତାଙ୍କ ଉପରେ ଧ୍ୟାନକେନ୍ଦ୍ରୀଭୂତ କରିଛୁ। ବିଶ୍ବକପ୍ ପରେ ଆମେ ଯୁବ ଖେଳାଳିଙ୍କୁ ବିକଳ୍ପ ଭାବେ ଦେଖୁଛୁ। ଧୋନିଙ୍କ ସହ ଆମେ ଏଥିନେଇ ଆଲୋଚନା କରିଛୁ। ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ମିଳିବା ସପକ୍ଷରେ ସେ ମଧ୍ୟ ଅଛନ୍ତି ବୋଲି କହିପାରିବା।

ସମ୍ବନ୍ଧିତ ଖବର