ପ୍ରସନ୍ନ ମିଶ୍ର ସ୍ମାରକୀ ଭଲିବଲ୍‌ ଫାଇନାଲ୍‌ରେ ବୈତରଣୀ-ବୁଢ଼ାବଳଙ୍ଗ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ଭଲିବଲ୍‌ ସଂଘ ଏବଂ ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ପ୍ରସନ୍ନ ମିଶ୍ର ସ୍ମାରକୀ ସଚିବାଳୟ ଭଲିବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ବୈତରଣୀ ଏବଂ ବୁଢ଼ାବଳଙ୍ଗ ମୁହାଁମୁହିଁ ହେବେ। ଏହି ଫାଇନାଲ୍‌ ମ୍ୟାଚ୍‌ ବୁଧବାର ଖେଳାଯିବ। ମଙ୍ଗଳବାର ପ୍ରଥମ ସେମିଫାଇନାଲ୍‌ରେ ବୁଢ଼ାବଳଙ୍ଗ ଦଳ ୨-୦ରେ ଭାର୍ଗବୀ ଦଳକୁ ପରାସ୍ତ କରିଥିଲା। ଏହି ମ୍ୟଚ୍‌ରେ ପ୍ରକାଶ ବେହେରାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସେହିଭଳି ଦ୍ୱିତୀୟ ସେମିଫାଇନାଲ୍‌ରେ ବିରୂପା ଦଳକୁ ହରାଇ ବୈତରଣୀ ଦଳ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ବିଜୟୀ ଦଳର ରଂଜନ ମେହର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ମ୍ୟାଚ୍‌ଗୁଡ଼ିକୁ ପ୍ରଭାତ କୁମାର ପାତ୍ର, ହିଂମାଶୁ ଦାସ, ପ୍ରକାଶ ଚନ୍ଦ୍ର ବେହେରା, ରାଧାଶ୍ୟାମ ମିଶ୍ର, ଦେବୀଦତ୍ତ ମିଶ୍ର, ମନୋଜ ପୁହାଣ ଏବଂ ତ୍ରିଲୋଚନ ଦାସ ପରିଚାଳନା କରିଥିଲେ। ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ହରପ୍ରସାଦ ବିଶ୍ୱାଳ ଏବଂ କେଏନ୍‌ ମଲ୍‌ଟି ପ୍ରୋଜେକ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ନିରଞ୍ଜନ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର