ପ୍ରଶାନ୍ତ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌:ଭୁବନେଶ୍ୱର-ହାଇକୋର୍ଟ ଫାଇନାଲ୍‌ ଆଜି

ଭୁବନେଶ୍ୱର: ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଚାଲିଥିବା ଚତୁର୍ଥ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ମଙ୍ଗଳବାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଫାଇନାଲ୍‌ରେ ଭୁବନେଶ୍ୱର ବ୍ଲୁ ଦଳକୁ ଭେଟିବ ହାଇକୋର୍ଟ ବାର୍‌ (କଟକ)। ସୋମବାର ଭୁବନେଶ୍ୱର ଦଳ ୧୦୫ ରନ୍‌ରେ ବାଲେଶ୍ୱର ବାର୍‌କୁ ପରାସ୍ତ କରିଥିଲା। ସୁମନ ରାଉତରାୟ (୬୫), ପ୍ରିୟମ ମଲ୍ଲିକ (୫୧)ଙ୍କ ଅର୍ଧଶତକ ଏବଂ ଜୟନ୍ତ ଜେନା (୩୬), ଶରତ ଜେନା (୨୩*) ବଳରେ ଭୁବନେଶ୍ୱର ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା। ବିପ୍ଳବ ତ୍ରିପାଠୀ ଓ ସରୋଜ ବେହେରା ୨-୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ବାଲେଶ୍ୱର ଦଳ ୯୬/୯ରେ ସୀମିତ ରହିଥିଲା। ପ୍ରିୟମ ମଲ୍ଲିକ, ଲେନିନ୍‌ କାନୁନ୍‌ଗୋ, କୁନାଲ ଜେନା, ରାକେଶ ପ୍ରଧାନ ପ୍ରତ୍ୟେକ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ପ୍ରିିୟମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିଭଳି ହାଇକୋର୍ଟ ବାର୍‌ ୫ ଓ୍ଵିକେଟ୍‌ରେ ବୋର୍ଡ ଅଫ୍‌ ରେଭେନୁ୍ୟୁକୁ ପରାସ୍ତ କରିଥିଲା। ସୁମନ୍ତ ନାୟକଙ୍କ ଅର୍ଧଶତକ (୫୪, ୨୪ ବଲ୍‌) ବଳରେ ବୋର୍ଡ ଦଳ ୧୩୬ ରନ୍‌ କରିଥିଲା। ଜବାବରେ ସିଦ୍ଧାର୍ଥ ଶଙ୍କର ରାୟ (୫୩*) ଏବଂ ଜଗନ ବାରିକ (୪୪)ଙ୍କ ବଳରେ ହାଇକୋର୍ଟ ବାର୍‌ ଦଳ ୧୪ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୩୯ ରନ୍‌ ସଂଗ୍ରହ କରି ନେଇଥିଲା। ସିଦ୍ଧାର୍ଥ ଶଙ୍କର ରାୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରଦୀପ ଜେନା ଏବଂ ମାରୁତି ଆଚାର୍ଯ୍ୟ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର