ଭୁବନେଶ୍ବର: ଭୁବନେଶ୍ବର ବାର୍ ଆସୋସିଏସନ୍ (ବିବିଏ) ପକ୍ଷରୁ ଷଷ୍ଠ ପ୍ରଶାନ୍ତ ରାଉତରାୟ ସ୍ମାରକୀ ରାଜ୍ୟସ୍ତରୀୟ ଟି-୨୦ ଆଇନଜୀବୀ କ୍ରିକେଟ୍ ପ୍ରତିଯୋଗିତା ସ୍ଥାନୀୟ ବିଜେବି କଲେଜ ପଡିଆରେ ଅନୁଷ୍ଠିତ ହେବ। ଜାନୁଆରି ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୯ଟି ଦଳ ଭାଗନେବେ। ଶନିବାର ଉଦ୍ଘାଟନୀ ଦିବସରେ ଭୁବନେଶ୍ବର ରେଡ୍ ଏବଂ ପୁରୀ ବାର୍ ଆସୋସିଏସନ୍ ମଧ୍ୟରେ ଏକମାତ୍ର ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବା ପରେ ସେହିଦିନ ବାଲେଶ୍ବର ବାର୍ ଏବଂ କଟକ କ୍ରିମିନାଲ୍ ବାର୍ ମଧ୍ୟରେ ପ୍ରଥମ କ୍ବାର୍ଟର ଫାଇନାଲ୍ ଖେଳାଯିବ। ପ୍ରତିଯୋଗିତାର ଅନ୍ୟ ମ୍ୟାଚ୍ଗୁଡିକରେ ୨୦ ତାରିଖରେ ଭୁବନେଶ୍ବର ବାର୍ ବନାମ ପ୍ରଥମ ମ୍ୟାଚ୍ ବିଜେତା ଏବଂ ହାଇକୋର୍ଟ ବାର୍ ବନାମ ଢେଙ୍କାନାଳ ବାର୍ ଆସୋସିଏସନ୍ ମୁକାବିଲା ହେବ। ୨୧ ତାରିଖରେ ବୋର୍ଡ ଅଫ୍ ରେଭେନ୍ୟୁ ବାର୍ ବନାମ ବ୍ରହ୍ମପୁର ବାର୍ ଆସୋସିଏସନ୍ ମଧ୍ୟରେ ଶେଷ କ୍ବାର୍ଟର ଫାଇନାଲ୍ ଖେଳାଯିବ। ୨୨ ତାରିଖରେ ଉଭୟ ସେମିଫାଇନାଲ୍ ଖେଳାଯିବା ପରେ ୨୩ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଗୁରୁବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିବିଏର ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ ଏବଂ ସମ୍ପାଦକ ବିଶ୍ବ ନାରାୟଣ ମହାନ୍ତି (ଭୂପନ)। ଏହା ବ୍ୟତୀତ ୧୯ ତାରିଖରେ କମିସନରେଟ୍ ପୁଲିସ୍-ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା) ଏବଂ ଜିଲ୍ଲା ପ୍ରଶାସକ ଏକାଦଶ ବନାମ ବିବିଏ ସମ୍ପାଦକଙ୍କ ଏକାଦଶ ମଧ୍ୟରେ ଦୁଇଟି ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ ବୋଲି ପୂର୍ବତନ ସମ୍ପାଦକ ତାପସ ଦାସ ପ୍ରକାଶ କରିଥିଲେ। ୨୩ ତାରିଖ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ମଧ୍ୟ ଜିଲ୍ଲା ଜଜ୍ ଏକାଦଶ ବନାମ ବିବିଏ ସଭାପତି ଏକାଦଶ ମଧ୍ୟରେ ଅନ୍ୟ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ସମିତି ଅଧ୍ୟକ୍ଷ ଅଶୋକ କୁମାର ପାତ୍ର ଏବଂ ବିବିଏ ଦଳର ଅଧିନାୟକ ସୁମନ ରାଉତରାୟଙ୍କ ସହ ସମସ୍ତ କର୍ମକର୍ତା ଏବଂ ବହୁ ସଦସ୍ୟ ଉପସ୍ଥିତ ଥିଲେ।
ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍ ୧୮ରୁ
/sambad/media/post_attachments/wp-content/uploads/2020/01/6dg54j987g98dg7dg98j4dg65nmj465ghjcg65m4dgcb65j74cfg65mj4cfg65j4fh654jm655h6525n.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)