ବାଲିକୁଦା: ବଡ଼ଚଣା ବ୍ଲକ୍ ବରପଦା ପଞ୍ଚାୟତ ଅନ୍ତର୍ଗତ ନିଆଳି ଖେଳ ପଡ଼ିଆରେ ଚାଲିଥିବା ତୃତୀୟ ବାର୍ଷିକ ରାଜ୍ୟ ସ୍ତରୀୟ ପ୍ରତାପ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଟାଙ୍ଗୀର ଆଜାଦ୍ହିନ୍ଦ୍ କ୍ଲବ୍ ପହଞ୍ଚିଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଏହି ଦଳ ଭୁବନେଶ୍ୱରର ସ୍କାନ୍ ସ୍ପୋର୍ଟିଂକୁ ପରାସ୍ତ କରିଦେଇଛି। ଆଜାଦ୍ ହିନ୍ଦ୍ ନିର୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୧ ରନ୍ କରିଥିଲା। ଜବାବରେ ସ୍କାନ୍ ୧୭ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୩୧ ରନ୍ କରିପାରିଥିଲା। ବିଜୟୀ ଦଳର ସୌରଭ କନୌଜାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ସୁବ୍ରତ ଜେନା ଓ ଦେବରାଜ ମିଶ୍ର ମ୍ୟାଚ୍ ପରିଚାଳନା କରିଥିଲେ। ମନୋରଞ୍ଜନ ରୂପକ ଧାରା ବିବରଣୀ ପ୍ରଦାନ କରିଥିଲେ। ବୁଧବାର ଦ୍ଵିତୀୟ ସେମିଫାଇନାଲ ୟୁନିକ୍ ଇଲେଭେନ୍ ଭଦ୍ରକ ଓ ବିଏମ୍ସିସି ଗୋଳକୁଣ୍ଡ ମଧ୍ୟରେ ଖେଳାଯିବ।
ପ୍ରତାପ ସ୍ମାରକୀ କ୍ରିକେଟ୍ ଫାଇନାଲରେ ଆଜାଦ୍ହିନ୍ଦ୍ କ୍ଲବ୍
/sambad/media/post_attachments/wp-content/uploads/2018/01/cricket-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)