ଭୁବନେଶ୍ୱର: ବିଶ୍ୱ ହକି ଲିଗ୍ ଫାଇନାଲ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସର ମୁଖ୍ୟ ପଡ଼ିଆ ଚାରିପଟେ ଚାଲିଥିବା ଅସପୂର୍ଣ୍ଣ ନିର୍ମାଣ ଚିନ୍ତାର କାରଣ ହୋଇଛି। ହେଲେ ଅଭ୍ୟାସ ପଡ଼ିଆର ନବୀକରଣ କାର୍ଯ୍ୟ ଏକପ୍ରକାର ଶେଷ ହୋଇଛି। ଅଭ୍ୟାସ ପଡ଼ିଆରେ ଖେଳାଳିଙ୍କ ପାଇଁ ନୂଆ ଚେଞ୍ଜିଂ ରୁମ୍ ସ୍ଥାପିତ ହୋଇଛି। ସେଠାରେ ବସି ଖେଳାଳି ଯେମିତି ଖେଳ ଦେଖି ପାରିବେ ସେଥିପାଇଁ ଗ୍ୟାଲେରି ମଧ୍ୟ କରାଯାଇଛି। ସେହିଭଳି ଖେଳାଳିଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ପ୍ରଶସ୍ଥ ରାସ୍ତା ନିର୍ମାଣ କରାଯାଇଛି। ଏକାଧିକ ହାଇମାସ୍କ ଲାଇଟ୍ ବି ଖଞ୍ଜା ସରିଛି। କହିବାକୁ ଗଲେ କଳିଙ୍ଗ ଷ୍ଟାଡିୟମ୍ ହକି ଅଭ୍ୟାସ ପଡ଼ିଆ ଏବେ ଅନ୍ତର୍ଜାତୀୟ ମାନର ହୋଇ ଯାଇଛି। ସେପଟେ ଉଦଘାଟନୀ ଦିବସର ଉଭୟ ୫୦ ଏବଂ ୨୫୦ ଟଙ୍କା ଟିକେଟ ଅନ୍ଲାଇନ୍ ଏବଂ କାଉଣ୍ଟରରେ ମିଳୁ ନଥିବା ଜଣା ପଡ଼ିଛି। କଳିଙ୍ଗ ଷ୍ଟାଡିୟମ୍ ୩ ନମ୍ବର ଗେଟ୍ ନିକଟରେ ଥିବା କାଉଣ୍ଟର ସହ କଟକ ଏବଂ ଭୁବନେଶ୍ୱରର ୧୪ ସ୍ଥାନରେ ଥିବା ଟିକେଟ ବିକ୍ରୟ କେନ୍ଦ୍ରରେ ତୁଳନାତ୍ମକ ଭାବେ ୫୦ ଟଙ୍କିଆ ଟିକେଟ୍ ଅଧିକ ବିକ୍ରି ହେଉଥିବାର ସୂଚନା ମିଳିଛି। ପଶ୍ଚିମଷ୍ଟାଣ୍ଡ ଟିକେଟ ଦର ଅଢେଇ ଶହ ଟଙ୍କା ରଖା ଯିବାକୁ ଅନେକ ହକି ପ୍ରେମୀ କିନ୍ତୁ ନାପସନ୍ଦ କରିଛନ୍ତି। ସେଥିପାଇଁ ଉଦଘାଟନୀ ଦିବସକୁ ଛାଡ଼ି ଅନ୍ୟ ସବୁ ଦିନର ଅନଲାଇନ ଏବଂ ଅଫ୍ ଲାଇନରେ ଏହି ଟିକେଟ ଏବେ ମିଳୁଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଟିକେଟ ଚାହିଦା ବଢ଼ିବ ବୋଲି ଟିକେଟ୍ ବିକ୍ରି ଦାୟିତ୍ୱରେ ଥିବା ସଂସ୍ଥାର କର୍ମଚାରୀମାନେ ଆଶା ପ୍ରକାଶ କରିଛନ୍ତି।
ଅଭ୍ୟାସ ପଡ଼ିଆରେ ଅନ୍ତର୍ଜାତୀୟ ସୁବିଧା
/sambad/media/post_attachments/wp-content/uploads/2017/11/Hockey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)