ଭୁବନେଶ୍ୱର: ଭାରତୀୟ ଫୁଟ୍ବଲ୍ ଦଳର ରକ୍ଷଣଭାଗ ଖେଳାଳି ପ୍ରତୀକ ଚୌଧୁରୀଙ୍କ ସହ ଜାମସେଦପୁର ଏଫ୍ସି ଗୋଟିଏ ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର କରିଛିି। ମୁମ୍ବାଇର ଏହି ୨୮ ବର୍ଷ ବୟସ୍କ ପେଶାଦାର ଖେଳାଳି ଆଇ-ଲିଗ୍ରେ ଏୟାର ଇଣ୍ଡିଆ, ରଙ୍ଗଡାଜିଏଡ୍ ୟୁନାଇଟେଡ୍, ମୋହନ ବାଗାନ, ମୁମ୍ବାଇ ଏଫ୍ସି ପାଇଁ ଖେଳିଥିଲା ବେଳେ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ରେ କେରଳ ବ୍ଲାଷ୍ଟର୍ସ ଓ ଦିଲ୍ଲୀ ଡାଇନାମସ୍ ପକ୍ଷରୁ ପ୍ରତିନିଧିତ୍ୱ କରି ସାରିଛନ୍ତି। ନିକଟରେ ଶେଷ ହୋଇଥିବା ଆଇଏସ୍ଏଲ୍ରେ ସେ ଦିଲ୍ଲୀ ଡାଇନାମସ୍ ପକ୍ଷରୁ ୯ ମ୍ୟାଚ୍ ଖେଳିଥିଲେ। ଜାମସେଦପୁର ଏଫ୍ସି ମୋତେ ଦଳରେ ସାମିଲ କରିଥିବାରୁ ଖୁବ୍ ଆନନ୍ଦିତ ବୋଲି ଚୁକ୍ତି ସ୍ୱାକ୍ଷର ଅବସରରେ କହିଛନ୍ତି ପ୍ରତୀକ। ଅନ୍ୟପକ୍ଷରେ ପ୍ରତୀକ ଆମ ଦଳ ପାଇଁ ନୂଆ ଶକ୍ତି ହେବେ ଏବଂ ସେ ଆଗାମୀ ଦିନର ମ୍ୟାଚଗୁଡ଼ିକ ପାଇଁ ଦଳର ଅଂଶବିଶେଷ ରହିବେ ବୋଲି ଜାମସେଦପୁର ଏଫ୍ସି କୁଖ୍ୟ କାର୍ଯ୍ୟ ନିର୍ବାହୀ ମୁକୁଲ ଚୌଧୁରୀ କହିଛନ୍ତି। ତାଙ୍କୁ କ୍ଲବ ସ୍ୱାଗତ କରୁଛି ବୋଲି ସେ କହିଥିଲେ।
ପ୍ରତୀକଙ୍କ ସହ ଜାମସେଦ୍ପୁର ଏଫ୍ସିର ଚୁକ୍ତିନାମା
/sambad/media/post_attachments/wp-content/uploads/2018/04/Pratik-Chowdhary-Signs.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)