ପ୍ରତ୍ୟାଶାଙ୍କୁ ତୃତୀୟ ରୌପ୍ୟ

ସମ୍ବଲପୁର: ଦିଲ୍ଲୀରେ ଚାଲିଥିବା ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ସନ୍ତରଣ ବିସ୍ମୟ ପ୍ରତ୍ୟାଶା ରାୟ ତୃତୀୟ ରୌପ୍ୟ ପଦକ ଲାଭ କରିଛନ୍ତି। ଶନିବାର ୧୦୦ ମିଟର ଓ ସୋମବାର ୨୦୦ ମିଟର୍‌ ବ୍ୟାକ୍‌ଷ୍ଟ୍ରୋକ୍‌ରେ ଦ୍ୱିତୀୟ ହୋଇଥିବା ପ୍ରତ୍ୟାଶା ବୁଧବାର ୫୦ ମିଟର୍‌ ବ୍ୟାକ୍‌ଷ୍ଟ୍ରୋକ୍‌ରେ ବି ରୌପ୍ୟ ପଦକ ଲାଭ କରିଛନ୍ତି। ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ ଜାତୀୟ ଓ ଦକ୍ଷିଣ ଏସୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଲାଭ କରିଥିବା ପ୍ରତ୍ୟାଶାଙ୍କ ତାଲିମ ଚଳିତ ବର୍ଷ ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହୋଇଥିବା ସତ୍ତ୍ୱେ ବିଦ୍ୟାଳୟ ପ୍ରତିଯୋଗିତାରେ ଆଶାନୁରୂପ ସଫଳତା ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର