ପ୍ରତ୍ୟାଶାଙ୍କୁ ଲଗାତାର ୩ ପଦକ

ଭୁବନେଶ୍ବର: ଓଡ଼ିଶାର ସନ୍ତରଣ ତାରକା ପ୍ରତ୍ୟାଶା ରାୟ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ଲଗାତାର ତୃତୀୟ ଦିବସରେ ପଦକ ଜିତିଛନ୍ତି। ୧୭ ବର୍ଷରୁ କମ୍‌ ବାଳିକା ବର୍ଗରେ ଭାଗ ନେଇ ପ୍ରତ୍ୟାଶା ସୋମବାର ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ରୌପ୍ୟ, ମଙ୍ଗଳବାର ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ଜିତିଥିଲେ। ବୁଧବାର ଶେଷ ଦିନରେ ସେ ୫୦ ମିଟର୍‌ବ୍ୟାକ୍‌ଷ୍ଟ୍ରୋକ୍‌ରେ (୩୨.୫୪ ସେକେଣ୍ଡ୍‌) ମଧ୍ୟ ରୌପ୍ୟ ପଦକ ଲାଭ କରିଛନ୍ତି। ନୂଆଦିଲ୍ଲୀର ତାଲକୋଟ୍‌ରା ଷ୍ଟାଡିୟମ୍‌ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୨୦ ଜଣ ଭାଗ ନେଇଥିଲେ। ଦଳ ସହ ଈଶ୍ବର ପ୍ରସାଦ ବାରିକ ପ୍ରଶିକ୍ଷକ, ସରସ୍ବତୀ ସେଠୀ ୧୪ ବର୍ଷରୁ କମ୍‌ ପ୍ରଶିକ୍ଷକ, ରମେଶ ବେରିହା ପ୍ରବନ୍ଧକଭାବେ ଯାତ୍ରା କରିଥିଲେ।

ସମ୍ବନ୍ଧିତ ଖବର