କଟକ: କଟକ କ୍ଲବ୍ ପକ୍ଷରୁ ଶୁକ୍ରବାରଠୁ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପ୍ରିମିୟର ବ୍ୟାଡ୍ମିଣ୍ଟନ ଲିଗ୍ ଆରମ୍ଭ ହେବ। ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ୟାଡ୍ମିଣ୍ଟର ଏଭଳି ପେସାଦାର ପ୍ରତିଯୋଗିତା ଆୟୋଜନ ହେବ। ତିନିଦିନ ଧରି ଚାଲିବାକୁ ଥିବା ଏହି ଲିଗ୍ ପାଇଁ ଗତ ୧୬ ତାରିଖରେ ଖେଳାଳି ନିଲାମ ଶେଷ ହୋଇଛି। ଭୁବନେଶ୍ୱରର ସ୍ୱାଧୀନ ଗୌଡ଼ଙ୍କୁ ସର୍ବାଧିକ ୨୧୦ ପଏଣ୍ଟରେ ଢେଙ୍କାନାଳ ଡିଫେଣ୍ଡର୍ସ, ତାଙ୍କ ପଛକୁ କଟକର ପ୍ରମୋଦ ରଣାଙ୍କୁ ୨୦୫ ପଏଣ୍ଟରେ ବାରବାଟୀ ଷ୍ଟାର୍ସ ଓ ଭୁବନେଶ୍ୱରର ମୁରଲୀ କ୍ରୀଷ୍ଣାଙ୍କୁ ୨୦୨ ପଏଣ୍ଟରେ କଳିଙ୍ଗ ଷ୍ଟ୍ରାଇକର୍ସ କିଣିଛି। ଏହି ତିନି ଦଳଙ୍କ ବ୍ୟତୀତ ଫାଲ୍କନ୍ ଷ୍ଟ୍ରାଇକର୍ସ, ଏବିସି ଓ୍ଵାରିୟର୍ସ, ବଡ଼ବିଲ୍ ଟାଇଗର୍ସ, ପୁରୀ ସ୍ମାଶ୍ କିଙ୍ଗ୍, ଏଲ୍ବିଏନ୍ ଲାୟନ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି।
ଶୁକ୍ରବାର ପୂର୍ବାହ୍ନରେ ଅଂଶଗ୍ରହଣକାରୀ ଦଳମାନଙ୍କର ଟି-ସାର୍ଟ ଉଦ୍ଘାଟନ ହେବା ପରେ ପ୍ରତିଯୋଗିତାର ଶୁଭାରମ୍ଭ ହେବ। ୮ ଦଳଙ୍କୁ ଦୁଇଟି ଗ୍ରୁପ୍ରେ ବଣ୍ଟାଯାଇ ଲିଗ୍ ପର୍ଯ୍ୟାୟରେ ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ ୨ ଦଳ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରତିଯୋଗିତାର ପ୍ରତ୍ୟେକ ଦିନ ଦର୍ଶକଙ୍କ ମଧ୍ୟରେ ଲକି ଡ୍ର’ର ବ୍ୟବସ୍ଥା କରାଯାଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Badminton-Rackets.jpg)