କଟକ: ଭାରତ ଓ େଵଷ୍ଟଇଣ୍ତିଜ ମଧ୍ୟରେ ଆସନ୍ତା ବର୍ଷ ଫେବ୍ରୁଆରି ୧୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିପାଇଁ ଷ୍ଟାଡିୟମରେ ଲାଗିଥିବା ପୁରୁଣା ଲାଇଟ୍ ବଲ୍ବଗୁଡ଼ିକୁ ବଦଳାଯାଇ ଏଲ୍ଇଡି ବଲ୍ବ ଲଗାଯାଉଛି। ତେବେ ଏଥର ଦେବ୍ ମସ୍କୋ କମ୍ପାନି ପରିବର୍ତ୍ତେ ଫିଲିପ୍ସ କମ୍ପାନି ପକ୍ଷରୁ ଏହି ବଲ୍ବ ଲଗାଯିବା କାର୍ଯ୍ୟ କରାଯାଉଛି। ଷ୍ଟାଡିୟମ ପରିସରରେ ଆଉ ଦୁଇଟି ଲାଇଟ୍ ଖୁଣ୍ଟ ଲଗାଯିବାକୁ କୁହାଯାଉଥିଲେ ବି ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ପୂର୍ବରୁ ଥିବା ୮ଟି ଖୁଣ୍ଟିରେ ଲାଇଟ୍ଗୁଡ଼ିକୁ ଖଞ୍ଜାଯାଉଛି। ସୂଚନାଯୋଗ୍ୟ, ୨୦୦୩ ମସିହାରେ ବାରବାଟୀରେ ପ୍ରଥମ ଥର ପାଇଁ ଫ୍ଲଡ୍ଲାଇଟ୍ ଲଗାଯାଇଥିଲା। କପିଳ ଦେବଙ୍କ ଦେବ ମସ୍କୋ କମ୍ପାନି ପକ୍ଷରୁ ଏହି ଲାଇଟ୍ ଲଗାଯାଇଥିଲା। ତେବେ ଗତ ଫନି ବାତ୍ୟା ବେଳେ ଲାଇଟ୍ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବାରୁ ଡିସେମ୍ବରରେ ଖେଳାଯାଇଥିବା ଭାରତ-େଵଷ୍ଟଇଣ୍ତିଜ ଦିନିକିଆ ମ୍ୟାଚ୍ ପୂର୍ବରୁ ଲାଇଟ୍ଗୁଡ଼ିକ ବଦଳାଯାଇଥିଲା। କିନ୍ତୁ ଲାଇଟ୍ ବଲ୍ବଗୁଡ଼ିକରେ ନୂତନତ୍ବ ଆଣିବା ପାଇଁ ଏବ˚ ମ୍ୟାଚ୍ ଭଲ ଦେଖାଯିବା ପାଇଁ ପୁରୁଣା ବଲ୍ବଗୁଡ଼ିକ ସ୍ଥାନରେ ଏଲ୍ଇଡି ଲାଇଟ୍ ଲଗାଯିବାକୁ ଓସିଏ ପକ୍ଷରୁ ସ୍ଥିର କରାଯାଇଥିଲା।
ଭାରତ- ୱେଷ୍ଟଇଣ୍ତିଜ୍ ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ: ବାରବାଟୀ ଷ୍ଟାଡିୟମରେ ଲାଗୁଛି ଏଲ୍ଇଡି ଫ୍ଲଡଲାଇଟ୍
/sambad/media/post_attachments/wp-content/uploads/2021/11/dhsh4s65fh465sfh4654sf65sfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)