ମୁମ୍ବାଇ : ଆସନ୍ତା କାଲିଠାରୁ ଜୟପୁରଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଏହାର ଦିନକ ପୂର୍ବରୁ ଆଜି ଟିମ ଇଣ୍ଡିଆର ନୂଆ କୋଚ୍ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଟିମର ଭବିଷ୍ୟତ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ।

Advertisment

ଏହି ଅବସରରେ ରୋହିତ ଶର୍ମା କହିଛନ୍ତି ଯେ ସେ ଖେଳାଳିମାନଙ୍କୁ ନିର୍ଭୟରେ ଖେଳିବାକୁ ସୁଯୋଗ ଦେବେ । ତେବେ ଖେଳାଳିମାନଙ୍କ ପାଇଁ ବିଶ୍ରାମ ବି ଜରୁରୀ, କାରଣ ସେମାନେ ମେସିନ ନୁହଁନ୍ତି । ଅନ୍ୟପକ୍ଷରେ ଦଳ ପାଇଁ ବିରାଟ କୋହଲିଙ୍କ ଭୂମିକା ଅପରିବର୍ତ୍ତିତ ରହିବ ବୋଲି ସେ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ କୋଚ୍ ରାହୁଲ ଦ୍ରାବିଡ଼ କହିଛନ୍ତି ଯେ କ୍ରିକେଟର ତିନୋଟି ଫର୍ମାଟ ପାଇଁ ଅଲଗା ଅଲଗା ଦଳ ଗଢିବାର ସ୍ଥିତି ଆସିନାହିଁ । ତେବେ ଆମକୁ ଖେଳାଳିମାନଙ୍କ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବାକୁ ହେବ । ଆଗାମୀ ଚ୍ୟାଲେଞ୍ଜ ଗୁଡ଼ିକ ପାଇଁ ଖେଳାଳିମାନେ ଫିଟ୍ ସତେଜ ରହିବା ସେ ଚାହାନ୍ତି ।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ଏହି ସିରିଜରେ ଖେଳିବେ ନାହିଁ । ଭାରତ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ ନିମନ୍ତେ ପ୍ରସ୍ତୁତି ପାଇଁ ସେ ଟି-୨୦ ସିରିଜରୁ ଓହରି ଯାଇଥିବା ଜଣାପଡ଼ିଛି ।