ପେନାଲ୍ଟି ଭାଙ୍ଗିଲା ପୂର୍ବ କୀର୍ତିମାନ

ମସ୍କୋ: ବକ୍ସ୍‌ ଭିତରେ ଫାଉଲ୍‌ ପାଇଁ ସୋମବାର ରାତିର ପର୍ତୁଗାଲ-ଇରାନ ମ୍ୟାଚ୍‌ରେ କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ପେନାଲ୍ଟି ମିଳିଥିଲା। ତା’ ସହ ମସ୍କୋ ବିଶ୍ୱକପ୍‌ ପେନାଲ୍ଟି ସଂଖ୍ୟାରେ ପୂର୍ବର ସବୁ ସଂସ୍କରଣକୁ ଟପି ଯାଇଥିଲା। ରୋନାଲଡୋ ପାଇଥିବା ପେନାଲ୍ଟି ଚଳିତ ବିଶ୍ୱକପ୍‌ର ଊନ୍ନବିଂଶ ପେନାଲ୍ଟି ଥିଲା। ଯାହା ୨୦୦୨ ମସିହାର ଦକ୍ଷିଣ କୋରିଆ ଓ ଜାପାନ ବିଶ୍ୱକପ୍‌ଠାରୁ ଗୋଟିଏ ଅଧିକ ଥିଲା। ବିଶ୍ୱକପ୍‌ର ସେହି ସଂସ୍କରଣରେ ସର୍ବାଧିକ ୧୮ ପେନାଲ୍ଟି ଦେଖିବାକୁ ମିଳିଥିଲା। ୨୦୧୪ରେ ବ୍ରାଜିଲରେ ଖେଳା ଯାଇଥିବା ଗତ ସଂସ୍କରଣରେ ମାତ୍ର ୧୩ ପେନାଲ୍ଟି ହୋଇଥିଲା। ଏଥର ନକ୍‌ଆଉଟ୍‌ ପୂର୍ବରୁ ଏହି ସଂଖ୍ୟା ୧୯ ଛୁଇଁଥିବାରୁ ବିଶ୍ୱକପ୍‌ ଶେଷ ବେଳକୁ ଏହା ୩୦କୁ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ପେନାଲ୍ଟି ସଂଖ୍ୟା ଆଶାତୀତ ଭାବେ ବଢ଼ିବାର ମୁଖ୍ୟ କାରଣ ଭିଡିଓ ଆସିଷ୍ଟ ରେଫରି ବା ଭାର୍‌କୁ କୁହାଯାଉଛି।

ସମ୍ବନ୍ଧିତ ଖବର